ଖଟିଆରେ ବୁହାହେଲେ ଗର୍ଭବତୀ ।

0 669

ବେଲଗୁଣ୍ଠା,୨୭/୦୬(ପିପିଟି); ଗଂଜାମରେ ପୁଣି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ଆଜି ଦେଖିବାକୁ ମଳିଛି । ଗଂଜାମ ଓ କନ୍ଧମାଳ ସୀମାନ୍ତ ରେ ଥିବା ଉପାନ୍ତ ଇଲାକା ଗମ୍ଭାରିଗୋଛା ଗାଁକୁ ରାସ୍ତା ନଥିବା ହେତୁ ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ବାଧ୍ଯ ହୋଇ ଖଟିଆ ରେ ଗର୍ଭବତୀ ମହିଳାଙ୍କୁ ଦୁଇ କିଲୋମିଟର ବୋହିନେଲେ ଲୋକେ । କିନ୍ତୁ ଅଧା ରାସ୍ତା ଓ ଜଙ୍ଗଲ ମଧ୍ଯରେ ପ୍ରସବ ଦେଲେ ଜନନୀ । ଦୁଇ କିଲୋମିଟର ଗଲା ପରେ ୧୦୨ ଆମ୍ବୁଲାନ୍ସ ରେ ମା ଶିଶୁ ଭଂଜନଗର ଗାଲେରି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଛି । ଉଭୟ ମା ଓ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି ।

(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.