ଖଇରପୁଟିରେ ରେକର୍ଡ ସଂଖ୍ୟକ ଆଣ୍ଟିଜେନ୍ ପରୀକ୍ଷା, ଗୋଟିଏ ଦିନରେ ୮୯୭ ଜଣଙ୍କ ପରୀକ୍ଷା,୨ ପଜିଟିଭ ।

0 346

ବେଲଗୁଣ୍ଠା,୧୪//୦୮(ପିପିଟି); ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଶାସନ ତରଫରୁ ଅଧିକ ରୁ ଅଧିକ ପରୀକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି ।ଏହି କ୍ରମରେ ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଆଣ୍ଟିଜେନ୍ ପରୀକ୍ଷାକୁ ବ୍ୟାପକ କରାଯାଉଛି ।ଯାହାର ସଫଳ ରୁପାୟନ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକରେ ।ଏହି ବ୍ଳକରେ ଗତ ଦଶଦିନ ମଧ୍ୟରେ ପାଖାପାଖି ୬୦୦୦ ଆଣ୍ଟିଜେନ୍ ପରୀକ୍ଷା ଓ ୧୪୦ ସ୍ୱାବ୍ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ବ୍ଳକର ଗାଙ୍ଗପୁର ପଞ୍ଚାୟତରେ ଗୋଟିଏ ଦିନରେ ୮୯୫ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା ହୋଇଥିବା ବେଳେ ଏହି ରେକର୍ଡକୁ ଖଈରପୁଟି ପଞ୍ଚାୟତ ଭାଙ୍ଗି ଦେଇଛି ।ଖାଇରପୁଟି ପଞ୍ଚାୟତରେ ବୁଧବାର ସକାଳ ୮ ଟାରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ଏକ ୨୦ ଜଣିଆ ଟିମ୍ ଆଣ୍ଟିଜେନ୍ ପରୀକ୍ଷାରେ ନିୟୋଜିତ ଅଛନ୍ତି । ଏଥିରେ ବିଡ଼ିଓ ଶଶୀଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ,ଆଶା କର୍ମୀ,ଅଙ୍ଗନୱାଡି କର୍ମୀ ସହଯୋଗ କରୁଛନ୍ତି । ଗାଙ୍ଗପୁରର ୮୯୫ ସଂଖ୍ୟାକୁ ଅତିକ୍ରମ କରି ୮୯୭ ଜଣ ସ୍ୱତଃପ୍ରବୃତ ଭାବେ ନିଜର ପରୀକ୍ଷା କରାଉଥିବା ଦେଖିବା ପାଇଁ ମିଳିଛି ।ଯାହାକି ଏକ ରାଜ୍ୟ ସ୍ତରୀୟ ରେକର୍ଡ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି ।ଏଥିରେ ମାତ୍ର ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।ସେମାନଙ୍କୁ କୋଭିଡ କେୟାର ହୋମ୍ ରେ ରଖାଯାଇଛି । ସରପଞ୍ଚ ପ୍ରତିନିଧି ଦିଲ୍ଲୀପ ଜେନା,ସମିତି ସଭ୍ୟ ପ୍ରଭାତ ସ୍ୱାଇଁ,ଜିଆରଏସ୍ ରବୀନ୍ଦ୍ର ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ପ୍ରଭାତ ଦାସ,ଯୋଗାଣ ସହାୟକ ରାଜେଶ ସ୍ୱାଇ,ଜୁବ ସମାଜ ସେବୀ ଜଗନ୍ନାଥ ନାୟକ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଆଜି ଦିନସାରା ବର୍ଷା ସତ୍ତ୍ୱେ କ୍ଷତ୍ରିୟ ବରପୁର ପଞ୍ଚାୟତରେ ବି ରେକର୍ଡ ସଂଖ୍ୟକ ପରୀକ୍ଷା କରାଯାଇଥିବା ଜଣାପଡିଛି । ରାତ୍ରି ୭ ଟା ସୁଦ୍ଧା ୭୦୦ ଅତିକ୍ରମ କରି ଲମ୍ବା ଧାଡିରେ ଜନସାଧାରଣ ରହିଥିବାରୁ ଏହା ୮୦୦ ଛୁଇଁବା ଅନୁମାନ କରାଯାଉଛି । ଆଜି କ୍ଷତ୍ରିୟ ବରପୁର ପଞ୍ଚାୟତର କ୍ଷତ୍ରିୟ ବରପୁର, ନୁଆପଡା,ପାଲକଷଣ୍ଢା ଠାରେ ପରୀକ୍ଷା କେନ୍ଦ୍ର ଖୋଲାଯାଇ ଦିନ ୧୦ ଟାରୁ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡଙ୍କ ତତ୍ତ୍ୱାବଧାନରେ ଲୋକେ ସ୍ୱତଃପ୍ରବୃତ ଭାବେ ଆସି ପରୀକ୍ଷା କରାଉଥିବା ଲକ୍ଷ୍ୟ କରାଯାଇଛି । ରିପୋର୍ଟ ଲେଖା ହେବା ବେଳକୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜି ସୁଦ୍ଧା ୧୨ ଦିନରେ ପରୀକ୍ଷା ସଂଖ୍ୟା ୭୦୦୦ ଅତିକ୍ରମ କରିସାରିଲାଣି ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର, ତହସିଲଦାର ସରୋଜ କୁମାର ବେହେରା,ଓଏସଡି ତକ୍ଷକରା ଭିତିରିଆ ଓ ଓମ୍ ପ୍ରସାଦ ପରିଡା,କନିଷ୍ଠ ଯନ୍ତ୍ରୀ ରାଜୀବ ପ୍ରଧାନ, ନୋଡାଲ ଅଫିସର ବିଦ୍ୟାଧର ସେଠୀ, ଯୋଗାଣ ସହାୟକ ସନ୍ତୋଷ ପରିଡା, ସରପଞ୍ଚ ରାଜେନ୍ଦ୍ର ଗୌଡ, ସମିତି ସଭ୍ୟ ପ୍ରତିନିଧି ରଙ୍କନିଧି ପରିଛା,ନଣ୍ଡା ନାୟକ ଓ କେଦାର ନାୟକ ପ୍ରମୁଖ ସହଯୋଗ କରି ଲୋକଙ୍କୁ ଉତ୍ସାହିତ କରିଥିଲେ । ସ୍ଵାସ୍ଥ୍ଯ ବିଭାଗର କର୍ମଚାରୀଙ୍କୁ ବିଡିଓ ପ୍ରଶଂସା କରିଥିଲେ । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.