କୋରନା ଯୁଦ୍ଧରେ ହାରିଗଲେ ଧୁମୁଛାଇ ସରପଞ୍ଚ ।

0 865

ଭଞ୍ଜନଗର,୨୪/୦୭(ପିପିଟି); ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ବ୍ଲକ ଧୁମୁଛାଇ ପଞ୍ଚାୟତର ସରପଞ୍ଚ ମନୋଜ ପ୍ରଧାନଙ୍କର ୪୧ବର୍ଷ ବୟସରେ ଗତକାଲି ରାତିରେ ଦେହାନ୍ତ ଘଟିଛି । ସେ କିଛିଦିନ ହେବ ଅସୁସ୍ଥତା ଅନୁଭବ କରୁଥିଲେ । ଗତକାଲି ରାତି ୧୦ଟା ସମୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିଲା ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମନୋଜ ଜଣେ ପରୋପକାରୀ ଓ ସମାଜସେବୀ ହୋଇଥିବାରୁ ତାଙ୍କର ବହୁ ପ୍ରଶଂସକ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେ ନିଜ କାର୍ଯ୍ୟ,ଦାୟିତ୍ୱ ଓ ସାହାଯ୍ୟ ପାଇଁ କେବେ ପଛଘୁଞ୍ଚା ଦେଇନାହାନ୍ତି।ଏହି କୋରନା ସମୟରେ ପ୍ରବାସୀ ଓଡ଼ିଆମନେ ଫେରିବା ପରେ କ୍ବାରେଣ୍ଟାଇନ ହୋମ ରେ ଥଇଥାନ ଠାରୁ ଆରମ୍ଭ କରି ନିଜ ପଞ୍ଚାୟତରେ କୋରନା ଆକ୍ରାନ୍ତଙ୍କ ପାଇଁ ଦେବଦୂତ ସାଜି ନିଜ ଜୀବନକୁ ବାଜି ଲଗାଇ ଶେଷ ପର୍ଯ୍ୟନ୍ତ ସହଯୋଗ କରି ଆସୁଥିଲେ । ମନୋଜଙ୍କ ଅକାଳ ବିୟୋଗରେ ପ୍ରଶାସନ ତରଫରୁ ଆଜି ତାଙ୍କୁ କୋରନା ଯୋଦ୍ଧା ଭାବେ ଭଞ୍ଜନଗର ମେଡ଼ିକାଲରେ ଗାର୍ଡ ଅଫ ଅନର ଦିଆଯିବା ସହ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ବିଶାଳ ସିଂ, ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ମେଡିକାଲ ଅଧିକ୍ଷକ ସୀତାଅଂଶୁ ଶେଖର ଶତପଥୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ,ପୋଲିସ କର୍ମଚାରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶେଷରେ ମନୋଜଙ୍କ ଶେଷକୃତ୍ୟଗ୍ରାମ ସ୍ମଶାନ ରେ ସମ୍ପର୍ଣ୍ଣ ହୋଇଥିଲା। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.