କୋଭିଡ -୧୯ ମୁକାବିଲା ନାମରେ କନ୍ଧମାଳ ଜିଲ୍ଲାରେ ଭୁଷୁଡି ପଡିଛି ପ୍ରଶାସନିକ ବ୍ୟବସ୍ଥା ।

0 326

ଫୁଲବାଣୀ,୦୪/୦୮(ପିପିଟି); କନ୍ଧମାଳ ଜିଲ୍ଲାରେ ମାସ ମାସ ଧରି ଲକଡାଉନ , ସଟଡାଉନ , କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଜିଲ୍ଲା ପ୍ରଶାସନ ନିଜ ମୁଣ୍ଡରୁ ଦାଇତ୍ୱ ଛଡାଇ ଜିଲ୍ଲା ବାସୀଙ୍କୁ ଘୋର ସଙ୍କଟ ମଧ୍ୟକୁ ଠେଲିଦେଇଥିବା ଅଭିଯୋଗ ହେଉଛି । ଏହିସବୁ ଘୋଷଣା ପରେ ସାଧାରଣ ଜନତାଙ୍କ ପାଖକୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ କେମିତି ପହଞ୍ଚିବ ଓ ଏହାର ଉପଯୁକ୍ତ ତଦାରଖ କିଭଳି ହେବ ଓ ଲୋକ ଉପଯୁକ୍ତ ଦରରେ ଜିନିଷ କିଭଳି ପାଇବେ ଏଥିପ୍ରତି ଦୃଷ୍ଟି ନ ରଖି କେବଳ ଘୋଷଣା କରି ପ୍ରଶାସନ ଠିକ କରି ନଥିବା ସାଧାରଣରେ ଆଲୋଚନା ଜୋର ଧରିଛି । ଜିଲ୍ଲା ପ୍ରଶାସନ କୋଣସି ଦିଗକୁ ଦୃଷ୍ଟି ନ ଦେଇ ଏକଛତ୍ର ଶାସନ ଚଳାଇଥିବା ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ମନ ଇଚ୍ଛା ଦରବୃଦ୍ଧି କରି ଜନତାଙ୍କୁ ଲୁଟୁଛନ୍ତି । ପ୍ରଶାସନିକ ବ୍ୟବସ୍ଥା ଠିକ ନଥିବାରୁ ଜନତା ପରିସ୍ଥିତରେ ପଡି ଅଧିକା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ପଟେ ମାସ ମାସ ଧରି ଜୀବିକା ହରାଇବସିଥିବା ପରିବାର ଗୁଡିକର ଆର୍ଥିକ ମାନଦଣ୍ଡ ଭାଙ୍ଗିପଡିଥିବା ବେଳେ ଅସାଧୁ ବ୍ୟବସାୟୀଙ୍କ କଳାବଜାରୀ ବୋଝଉପରେ ଲଳିତାବିଡା ସଦୃସ ହୋଇପଡ଼ିଛି । ପ୍ରଶାସନ ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ଘୋଷଣା କରିଥିବା ଅଧିକାରୀ ମାନଙ୍କ ଫୋନ କୁ ଫୋନ ଲଗାଇଲେ ତାହା କାମ କରୁନାହିଁ । ବିଭିନ୍ନ ବିଭାଗରେ ଥିବା ଅଧିକାରୀମାନଙ୍କୁ କୋଣସି ଅଭିଯୋଗ କରାଗଲେ ଜିଲ୍ଲା ପ୍ରଶାସନର ଏକଛତ୍ରବାଦକୁ ଦର୍ଶାଇ ନିଜର ଅସହାୟତା ପ୍ରକାଶ କରୁଛନ୍ତି । ଲୋକପ୍ରତିନିଧି ମାନଙ୍କର ପତା ମିଳୁନାହିଁ ଏହିଭଳିକି ମାସ ମାସ ଧରି ଗୋଖାଦ୍ୟ ଦୋକାନ ବନ୍ଦ ରହିବା ପରେ ଜିଲ୍ଲାର ଗାଈ ଚାଷୀ ସଂକଟରେ ପଡିଯାଇଛନ୍ତି ଏହାର ସମାଧାନ ନେଇ ଗୋସମ୍ପଦ ବିଭାଗ ଅସମର୍ଥତା ପ୍ରକାଶ କରିଛନ୍ତି । ପ୍ରଶାସନର ଆବଶ୍ୟକୀୟ ଜିନିଷ ଘରେ ପହଞ୍ଚାଇବା ପ୍ରତିଶୃତି ପାଣିରେ ଗାର ହୋଇପଡିଥିବା ଅଭିଯୋଗ ହେଉଛି । ଏହାର ସୁଯୋଗକୁ ହାତଛଡା କରିନାହାନ୍ତି ଅସାଧୁ ବ୍ୟବସାୟୀ । ୨୧ ଟଙ୍କା ପ୍ରିଣ୍ଟ ଥିବା ମସଲାକୁ ୭୦ଟଙ୍କାରେ ବିକ୍ରି କରିଚାଲିଛନ୍ତି , ମଦଦୋକାନ ବାହାରେ ତାଲା ପଡିଥିବା ବେଳେ ସାଇ ଗଲି କନ୍ଦିରେ ଚଢାଦରରେ ମଦବିକ୍ରି ଚାଲିଛି । ଏହିଭଳି ମୌଳିକ ସମସ୍ୟା ଗୁଡିକର ସମାଧାନ ପ୍ରତି ଦୃଷ୍ଟି ନଦେଇ ନିଜର ଚାକିରିର ସୁରକ୍ଷା ପାଇଁ ନେଉଥିବା ପଦକ୍ଷପ ଜନସାଧାରଣଙ୍କ ହିତ ପାଇଁ ନୁହଁ ବୋଲି ଜିଲ୍ଲାର ବିଭିନ୍ନ ମହଲରୁ ଦାବି ଉଠିଛି । ଜିଲ୍ଲା ପ୍ରଶାସନ ପ୍ରତି ଜନସାଧାରଣଙ୍କ ପୁଞ୍ଜିଭୁତ ଅସନ୍ତୋଷ ଯେ ବିସ୍ପୋରକ ରୂପ ନ ନେବ ଏହାକୁ ଏଡାଇ ଦିଆଯାଇ ନ ପାରେ । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.