କୋଭିଡ୍ ୧୯କୁ ନେଇ ପୋଲସରା ସିଡିପିଓଙ୍କ ମନମୁଖୀ କାର୍ଯ୍ୟ ! ଅଭିଯୋଗ ଆଣିଲେ ମହିଳା ସରପଞ୍ଚ।

0 818

ପୋଲସରା,(ପିପିଟି) ୦୯/୦୫ ,ବିଶ୍ଵ ବ୍ୟାପି ଲାଗି ରହିଛିମହାମାରୀ କୋଭିଡ଼୍ ୧୯ ର ଭୟ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି।ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆପ୍ରାଣ ଉଦ୍ୟମ ଜାରି ରହିଛି।ହେଲେ ଏହିଭଳି ସଙ୍କଟ ଜନକ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ପୋଲସରା ସହରରେ ମହିଳା ଓ ଶିଶୁ ବିକାଶ ଯୋଜନାର ଅଧିକାରିଣୀ କୁନ୍ତଳା ନାୟକଙ୍କ ମନମୁଖୀ ସାଙ୍ଗକୁ ଅପରିନାମଦର୍ଶୀ କାର୍ଯ୍ୟକଳାପ ପଞ୍ଚାୟତ ବାସୀଙ୍କୁ ବେଶ ଅତିଷ୍ଠ ସହ ବ୍ୟତିବ୍ୟସ୍ତ କରି ପକାଇଛି।ଏଭଳି ଘଟଣା ଦେଖିବାକୁ ମିଳିଛି ପୋଲସରା ବ୍ଲକ ଅନ୍ତର୍ଗତ ନିମିନା ପଞ୍ଚାୟତ ସ୍ଥିତ ସାନବରଗାଁ ଗ୍ରାମ ଲିଙ୍ଗରାଜ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ।ସୂଚନାଯୋଗ୍ୟ ଯେ ସୁରତ ସହରରୁ ଗତ ୩ ତାରିଖରେ ସଂଗୀତା ଗୌଡ଼ ଓ ସ୍ୱାମୀ ହରିହର ଗୌଡ଼ ବସ୍ ଯୋଗେ ଫେରି ପୋଲସରା ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ଉଭୟେ ରହିଥିଲେ।ସଂଗୀତା ଜଣେ ଗର୍ଭବତୀ ମହିଳା।ଉଭୟେ ୨ଦିନ ସମ୍ପୃକ୍ତ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ  ସିଡ଼ିପିଓ କୁନ୍ତଳା ନାୟକ ନିମିନା ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ହରପ୍ରିୟା ସାହୁଙ୍କୁ ନ ଜଣାଇ ନିଜ ଗ୍ରାମଘର ନିମିନାକୁ ପଠାଇ ଦେଇଥିଲେ।ଅନ୍ୟ ପକ୍ଷରେ ଦୁହିଁଙ୍କ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା ଏବଂ ତାହା ପଜିଟିଭ ଥିବା ସରପଞ୍ଚ ହରପ୍ରିୟା ସାହୁ ସୂଚନା ଦେଇଥିଲେ।ଏହା ଗତ ୭ତାରିଖ ଦିନ ଜଣା ପଡିଥିଲା।ଏହା ଜଣାପଡିବା ପରେ ନିମିନା ପଞ୍ଚାୟତରେ ହୋ ହାଲ୍ଲା ସାଙ୍ଗକୁ କୋକୁଆଭୟ ସୃଷ୍ଟି ହୋଇଥିଲା।ଏହାପରେ ସରପଞ୍ଚ ବି.ଡ଼ି.ଓ ଶମ୍ଭୁନାଥ ନନ୍ଦିଙ୍କୁ ଅଭିଯୋଗ କରିଥିଲେ କି କିଭଳି ଜଣେ ସୁରତ ଫେରନ୍ତା ଗର୍ଭବତୀ ମହିଳାଙ୍କୁ ୨ଦିନ ସଙ୍ଗରୋଧ କେନ୍ଦ୍ରରେ ରଖି ଘରକୁ ପଠାଗଲା।ବି.ଡ଼ି.ଓ ଶ୍ରୀ.ନନ୍ଦି କହିଲେ  ସରପଞ୍ଚଙ୍କ ସହ ମୁଁ  ଓ ସିଡିପିଓ କଥା ହୋଇଛି କିଛି ଅସୁବିଧା ନାହିଁ ।ସରପଞ୍ଚ ଏହାସୁଣି ହତବାକ ହୋଇରହିଲେ ।ଏହାପରେ ସିଡ଼ିପିଓ କୁନ୍ତଳା ନାୟକଙ୍କ ମନମୁଖୀ କାର୍ଯ୍ୟ କଳାପ କୁନେଇ ସରପଞ୍ଚ ଓ ପଞ୍ଚାୟତ ବାସୀଙ୍କ ଆକ୍ରୋଶ  ବଢ଼ିଯାଇଥିଲା । ସିଡ଼ିପିଓ କୁନ୍ତଳା ନାୟକଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଶୁକ୍ରବାର ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ,କୋଭିଡ଼ -୧୯ ର ରାଜ୍ୟ ସଂଯୋଜକ ତଥା ରାଜ୍ୟସରକାର ଙ୍କ ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗଚି ପ୍ରମୁଖଙ୍କ ନିକଟକୁ ସରପଞ୍ଚ ହରପ୍ରିୟା ସାହୁ ଲିଖିତ ଅଭିଯୋଗ କରିଛନ୍ତି କି ସିଡ଼ିପିଓ କୁନ୍ତଳା ନାୟକ ଙ୍କ ମନମୁଖୀ କାର୍ଯ୍ୟ ଲାଗି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ଏହି ସମସ୍ୟା କୁ ନେଇ ସିଡ଼ିପିଓ କୁନ୍ତଳା ନାୟକ ସହ ଯୋଗାଯୋଗ କରିବା ବେଳେ ତୁମ ପ୍ରଶ୍ନର  ଉତ୍ତର ମୁଁ ଦେବାକୁ ବାଧ୍ୟ ନୁହେଁ ବୋଲି କହିଛନ୍ତି । ବିଗତ କିଛି ଦିନ ଧରି ସିଡିପିଓ ବିବାଦ ଘେରରେ ରହିଛନ୍ତି ।

Leave A Reply

Your email address will not be published.