କୋଭିଡ୍ ଆଇନ ଉଲ୍ଲଂଘନ,ନାଏବ ସରପଞ୍ଚ ସମେତ ୧୧ ଜଣ ଗିରଫ ।

0 2,891

ପୋଲସରା,୧୧/୦୭(ପିପିଟି); ପୋଲସରା ବ୍ଲକ୍ ଅନ୍ତର୍ଗତ ଜେ.  ଡେଙ୍ଗାପଦର ପଞ୍ଚାୟତର ମର୍ଦ୍ଦରାଜପୁର ଜୁଲାଇ ୨ ଠାରୁ  ୮ତାରିଖ ପର୍ଯ୍ୟନ୍ତ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାମାରୀ ସମୟରେ ଗ୍ରାମରେ ଯଜ୍ଞକୁ ବିରୋଧ କରିବାରୁ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଛି । କୋଭିଡ୍ ଆଇନକୁ ଉଲ୍ଲଂଘନ କରି ନାଏବ ସରପଞ୍ଚ କୃଷ୍ଣ ଚନ୍ଦ୍ର ଜେନା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା କିନ୍ତୁ ଏହାର ପ୍ରତିବାଦ କରିବାରୁ ଆକୁଳ ସ୍ବାଇଁ ନାମକ ଯୁବକଙ୍କୁ କୃଷ୍ଣଚନ୍ଦ୍ର ଜେନା ଓ ବଳରାମ ଜେନା ଆକ୍ରମଣ କରିଥିଲେ  । ଆକ୍ରମଣକୁ ନେଇ ଆକୁଳ ସ୍ବାଇଁ ପୋଲସରା ଥାନାରେ ଜୁଲାଇ ୭ ତାରିଖରେ  ଏତଲା ଦେଇଥିଲେ । ଅଭିଯୋଗକୁ ଭିତିକରି ପୋଲସରା ଥାନା କେସ୍ ନମ୍ବର ୧୬୭/୨୦୨୦, ଭାରତୀୟ ପିଙ୍ଗଳ ଧାରା ୩୪୧,୨୯୪,୩୨୩,୫୦୬,୩୪ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଦାୟିତ୍ୱ ସବ୍ ଇନିସପେକ୍ଟର କେଶବ ଷଢଙ୍ଗୀ ନେଇଛନ୍ତି । କରୋନା ମହାମାରୀ ପାଇଁ ଦଣ୍ଡ ଯାତ୍ରା,ତରାତାରିଣୀଙ୍କ ଯାତ୍ରାକୁ ସ୍ଥଗିତ କରଯାଇଥିଲା । ଭୋଜି ଓ ସଭାସମିତି ଉପରେ କଟକଣା ଲାଗୁ ହୋଇଛି । ରଥ ଯାତ୍ରା ମଧ୍ୟ ବନ୍ଦ କରାଯାଇଥିଲା । ଜନ ଗହଳି ଯୋଗୁଁ ସଂକ୍ରମଣ ବଢିବା ଆଶଙ୍କା ଥିବା ସ୍ବତ୍ତେ ଏହି ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ ପାଇଁ କିଏ ଅନୁମତି ପ୍ରଦାନ କରିଥିଲେ କି ? ଘଟଣା ସଂପର୍କରେ ପୋଲସରା ଥାନା ପାଖରେ ଖବର ଥିଲେ ମଧ୍ୟ କାହିଁକି କାର୍ଯ୍ୟକ୍ରମକୁ ବନ୍ଦ କଲେ ନାହିଁ ବୋଲି ବିଭିନ୍ନ ପ୍ରଶ୍ନ ଉଠୁଛି । ସାମାଜିକ ଦୂରତ୍ବ ନରଖିବା,ମାସ୍କ ଓ ସାନିଟାରାଇଜ୍ ବ୍ଯବହାର ନକରି ଭଳି କୋଭିଡ୍ ଆଇନକୁ ଉଲ୍ଲଂଘନ କରି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସଂପର୍କରେ ସୋସିଆଲ୍ ମିଡ଼ିଆ ଓ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ସକ୍ରୀୟ ହୋଇ ଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦି ପୋଲସରା ଥାନାରେ ଏତଲା ଦେବା ପରେ ଥାନା କେସ୍ ନମ୍ବର ୧୭୧/୨୦୨୦ ଅନୁଯାୟୀ ୧୪୩/୨୯୪/୩୫୩/୫୦୬/୨୬୯/୨୭୦/୨୮୮/୧୪୯ ଆଇପିସି/୩(ମହାମାରୀ ନିୟମ) ମାମଲା ରୁଜୁ ହୋଇଛି । ଉକ୍ତ ମାମଲାରେ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନାଙ୍କ ସମେତ ୧୧ ଜଣଙ୍କୁ ପୁଲିସ ଗିରଫ କରିଛି । ବିଭିନ୍ନ ପଞ୍ଚାୟତରେ ଆଇନ ଶୃଙ୍ଖଳା ପାଇଁ ପୁଲିସ କାର୍ଯ୍ୟ କରୁଥିବା ବେଳେ   ମର୍ଦ୍ଦରାଜପୁର ଗ୍ରାମରେ ୭ ଦିନ ଧରି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସଂପର୍କରେ ସ୍ଥାନୀୟ ପୁଲିସ ଜାଣିଶୁଣି ନୀରବ ରହିବା ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ଓ ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.