କୋଦଳାରେ ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ ,ଉପ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ।

0 698

କୋଦଳା,୦୯/୦୭(ପିପିଟି); ଆଜିଠାରୁ କୋଦଳା ଅଞ୍ଚଳରେ ପାଞ୍ଚଦିନିଆ ସଟଡାଉନ ।କୋଦଳା ପ୍ରଶାସନର ସଜାଗ ପରେ ଚାରିଆଡେ ଶୂନଶାନ।କେହି ଘରୁ ବାହାରିବାକୁ ବି ଇଛା କରୁନାହାନ୍ତି ।କେବଳ ଶାଗ କିମ୍ଵା କଞ୍ଚା ସଜ ପରିବା ସାଇକଲ ଟିଏ କାଁ ଭାଁ ଦେଖିବାକୁ ମିଳୁଛି । ଏହାରି ଭିତରେ ଜିଲ୍ଳା ପ୍ରଶାସନର ତଥା କୋଦଳା ଏନ୍ଏସି ଓ ତହସିଲର ପ୍ରତ୍ୟକ୍ଷ ତତ୍ଵାବଧାନରେ ଆରମ୍ଭ ହୋଇଛି ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ ।ନିୟୋଜିତ ହୋଇଥିବା ପାଞ୍ଚ ଜଣିଆ ଆୟୁଷ ଡକ୍ଟର ଟିମ ସହିତ ପନ୍ଦର ଜଣିଆ ଅଙ୍ଗନବାଡି କର୍ମୀ ସେମାନଙ୍କ ସହାୟିକା ସହିତ ପ୍ରତ୍ୟକ ସାହି ଏବଂ ଗଳିରେ ପଶି ଘର ଘର ଯାଇ ଲୋକଙ୍କୁ ଡାକି ଡକ୍ଟରଙ୍କ ଦ୍ଵାରା ସେମାନଙ୍କ ସ୍କ୍ରିନିଙ୍ଗ ସହିତ ବ୍ଲଡ ପ୍ରେସର , ଡାଇବେଟିସ ,ହାଇପରଟେନ୍ସନ, ଅକ୍ସିଜେନ ଓ ପଲସ ,କରୋନା ସଂକ୍ରମିତ ପାଇଁ ଉଦ୍ଧିଷ୍ଟ ଲକ୍ଷଣ  ଚେକ କରିବା ସହିତ ସେମାନଙ୍କ ରେକର୍ଡ ପଞ୍ଜିକରଣ କରି କରାଯାଉଥିବା ଦେଖିବାକୁ ମିଳିଛି ।ଗୋହିରିନାଳ ସାହିଠାରେ ଆୟୁଷ ଡକ୍ଟର ସଞ୍ଜୟ କୁମାର ସାହୁ ଓ ଅଙ୍ଗନବାଡି କର୍ମୀ ସବିତା ପାଢ଼ୀ ନିଜ ଟିମ ସହିତ ସ୍କ୍ରିନିଙ୍ଗ ଟେଷ୍ଟ କରୁଥିବା ସମୟରେ ଅଚାନକ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସହିତ ସେଠାରେ ପହଞ୍ଚି ଠିକଠାକ ଟିମ କାର୍ଯ୍ୟ କରାଯାଉଛି କି ନାହିଁ ବୋଲି ଲୋକମାନଙ୍କୁ ପଚାରି ବୁଝି ଖୁସିବ୍ଯକ୍ତ କରିଥିଲେ । ଜଦି କାହାର କିଛି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ସଫଳ ପଦକ୍ଷେପ ଗ୍ରହଣ କରିବାକୁ ଟିମକୁ ପରାମର୍ଶ ଦେଇଥିଲେ ଏବଂ ଲୋକମାନେ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି କହି କିଛି ସମୟ ଟିମ ସହିତ ଆଲୋଚନା କରି ଫେରିଯାଇଥିଲେ । ବାରମ୍ବାର ଏପରି  ଚେକାପ ହେଉଥିବାରୁ ଜନସାଧାରଣଙ୍କ କୋଦଳା ପ୍ରଶାସନ ପ୍ରତି ସନ୍ତୋଷ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.