କୋକଲୁଣ୍ଡାରେ ସ୍ୱାସ୍ଥ୍ୟ ସ୍ୱତନ୍ତ୍ର କୋଭିଡ ଅଧିକାରୀଙ୍କୁ ଦୁର୍ବ୍ୟବହାର,ଠେଲାପେଲା, ମୋବାଇଲ୍ ଛଡାଇନେଲେ ।

0 374

ବେଲଗୁଣ୍ଠା,୨୨/୦୮(ପିପିଟି); ସ୍ୱାବ୍ ସଂଗ୍ରହ ପୁର୍ବରୁ ସ୍ଥାନ ନିର୍ଦ୍ଧାରଣ କରିବା ପାଇଁ ଉଢଢୁରା ପଞ୍ଚାୟତ କୋକଲୁଣ୍ଡା ଯାଇଥିବା କୋଭିଡ ମୁକାବିଲା ପାଇଁ ବେଲଗୁଣ୍ଠାରେ ସ୍ୱତନ୍ତ୍ର ନିଯୁକ୍ତି ହୋଇଥିବା ଓ.ଏସ.ଡି ଓମ୍ ପ୍ରକାଶ ପରିଡା ଗ୍ରାମବାସୀଙ୍କ ଆକ୍ରୋସର ଶିକାର ହୋଇଛନ୍ତି ।ଏହା ସହ ତାଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଠେଲାପେଲା କରି ମୋବାଇଲ ଛଡାଇନେଇଥିବା ସୂଚନା ମିଳିଛି ।ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣା ସ୍ଥଳକୁ ଯାଇ ମୋବାଇଲ ଉଦ୍ଧାର କରି ଶ୍ରୀ ପରିଡାଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ମିଳିଥିବା ତଥ୍ୟ ଅନୁଯାୟୀ, ଶୁକ୍ରବାର ଦିନ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ବିଭିନ୍ନ ଗ୍ରାମକୁ ଯାଇ କୋଭିଡ ନିୟନ୍ତ୍ରଣ ତଦାରଖ କରୁଥିବା ବେଳେଉକୋକଲୁଣ୍ଡାରେ ଗୋଟିଏ ତେଜରାତି ଦୋକାନ କରୋନା କଟକଣା ନିୟମ ଅନୁସାରେ ସରକାରଙ୍କ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଦୋକାନ ଖୋଲିବା ଏବଂ ଗୁଟଖା,ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବାରୁ ଦୋକାନୀଙ୍କ ଠାରୁ ୫୦୦ ଟଙ୍କା ଜୋରିମନା ଆଦାୟ କରିବା ସହ ଗୁଟଖା ଓ ଖଇନି ପ୍ୟାକେଟ୍ ଗୁଡିକୁ ଆଣି ଫୋଫାଡି ଦେଇଥିଲେ । ଏହାକୁ ନେଇ ଗ୍ରାମରେ ଜୋରିମନାକୁ ବିରୋଧ କରି ଅସନ୍ତୋଷ ସୃଷ୍ଟି ହୋଇଥିଲା । ଆଜି ସକାଳ ୧୧.୩୦ମି ସମୟରେ ଓ.ଏସ୍.ଡି ଶ୍ରୀ ପରିଡା କୋକଲୁଣ୍ଡା ଗ୍ରାମକୁ ଯାଇ କୋଭିଡ ପରୀକ୍ଷା ପାଇଁ ସ୍ଥାନ ଚିହ୍ନଟ ପାଇଁ ତଦାରଖ କରୁଥିବା ବେଳେ ଗ୍ରାମବାସୀ ଗତକାଲିର ଜୋରିମାନା ଆଦାୟ ବିଷୟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ। ଆମ ଗାଁରେ କୋଭିଡ ସମ୍ବନ୍ଧୀୟ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି କହି ସରକାରୀ କର୍ମଚାରୀଙ୍କୁ ବିରୋଧ କରିଥିଲେ । ଏ ନେଇ ଶ୍ରୀ ପରିଡା ମୋବାଇଲ ବାହାର କରି କାହା ସହ କଥା ହେଉଥିବା ବେଳେ ଗ୍ରାମର କିଛି ଯୁବକ କାହାକୁ ଫୋନ୍ କରୁଛୁ। ବୋଲି କହି ଉତ୍ତ୍ୟକ୍ତ ହୋଇ ମୋବାଇଲ ଛଡାଇନେଇଥିଲେ । ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍,ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ,ତହସିଲଦାର ସରୋଜ କୁମାର ବେହେରା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର।ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ସହ ମୋବାଇଲ ଉଦ୍ଧାର କରିଥିଲେ । ଏ ନେଇ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କୁ ପଚାରିବାରୁ କୌଣସି ଏତାଲା ହୋଇନଥିବା ଏବଂ ଏତାଲା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.