କେରଳରେ ଫସି ରହିଛନ୍ତି ୧୦୦ଜଣ ପ୍ରବାସୀ ଶ୍ରମିକ,ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

0 122

ବୋଲଗଡ,(ପିପିଟି ନ୍ଯୁଜ୍)୧୮/୦୫, ସାମ୍ପ୍ରତିକ ବିଶ୍ୱ ମହା ମାରି  କରୋନା  ସଂକ୍ରମଣ ଲାଗି ଚତୁର୍ଥ ପର୍ଯ୍ୟାୟ  ଲକ୍ ଡାଉନ ଜାରି ରହିଛି ।ଫଳରେ କେରଳର କୋ ଜି କୋଟ ଜିଲ୍ଲା କୁଟିଆ ଡ଼ି ପି.ଏମ.କେ କମ୍ପାନୀ ରେ ୧୦୦ ଜଣ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି, ଉଦ୍ଧାର ପାଇଁ  ଗଣ ମାଧ୍ୟମ  ଜରିଆରେ ସରକାରଙ୍କୁ  ନିବେଦନ କରିଛନ୍ତି ।ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଓ ନୟାଗଡ ଜିଲ୍ଲା ଅଞ୍ଚଳର ୧୦୦ ଜଣ ଶ୍ରମିକ କେରଳର ପି.ଏମ.କେ କମ୍ପାନୀରେ କାମ କରୁ ଥିଲେ, ଲକ୍ ଡାଉନ ହେବା ଫଳରେ କମ୍ପାନୀ ବନ୍ଦରହିଛି, ତେଣୁ ଓଡିଶା ଆସିବା ପାଇଁ ୧୦୦ ଜଣ  ଶ୍ରମିକ ମାନେ ସବୁପ୍ରକାର ଫର୍ମ ଓ ପଞ୍ଜିକରଣ  କରିଥିଲେ ସୁଦ୍ଧା ସେମାନଙ୍କ ପାଇଁ ଓଡିଶା ଆସିବାର  ବ୍ୟବସ୍ତା  ହୋଇ ପାରୁ ନାହିଁ । ଟଙ୍କା ଅଭାବରୁ  ୫/୬ଦିନ ଧରି  ଶ୍ରମିକ ମାନେ ଖାଦ୍ୟ ଖାଇ ନଥିବା ଓ  ଅନ୍ୟ ପଟେ  କମ୍ପାନୀ ବାହାରକୁ ଗଲେ ପୋଲିସ ସେମାନଙ୍କୁ  ଗୋଡ଼ାଇ ଗୋଡ଼ାଇ  ପିଟୁଛି ।ଏମାନେ ଉଦ୍ଧାର ପାଇଁ  ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରି ଥିଲେ  ମଧ୍ୟ୍ୟ  ବ୍ୟବସ୍ତା  କରାଯାଉ ନ ଥିବା ରୁ  ଆତ୍ମ ହତ୍ୟା କରିବେ ବୋଲି  ସୋସିଆଲ ମିଡ଼ିଆରେ ଛାଡି ଗଣମାଧ୍ୟମଙ୍କୁ ଜଣାଇ ଛନ୍ତି । ଏ ନେଇ  ଉକ୍ତ ଅଂଚଳ  ପରିବାରର  ଲୋକେ  ଶୋକ ସନ୍ତପ କରୁଛନ୍ତି, ତେଣୁ କେରଳରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଂକୁ ଓଡିଶା ଆଣିବା ପାଇଁ  ରାଜ୍ୟ ସରକାର  ତତ୍ପରତା ପ୍ରକାଶ କରିବା ପାଇଁ ଉକ୍ତ ପରିବାରଙ୍କ ପକ୍ଷରୁ  ଦାବୀ ହେଉଛି ।
ରିପୋର୍ଟ – ଶୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.