କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ତରଫରୁ ଓଡ଼ିଆ ଶ୍ରମିକଙ୍କୁ ସହାୟତା ପ୍ରଦାନ ।

0 272

ଶେରଗଡ,(ପିପିଟି)୨୯/୦୪-  କରୋନା ମହାମାରୀ କବଳରେ ସମଗ୍ର ବିଶ୍ବ ବର୍ତ୍ତମାନ ଜର୍ଜରିତ।ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ପଲ୍ଲୀ ଠାରୁ ଦିଲ୍ଲୀ ମାନବ ଜୀବନ ସଂପୂର୍ଣ୍ଣ ପ୍ରଭାବିତ ହୋଇପଡିଛି।କରୋନା ମହାମାରୀ ଯୋଗୁଁ ଚାରିଆଡ଼େ କଟକଣା ଲାଗି ରହିଛି।ତେଣୁ ଓଡିଶାର ସ୍ବାଭିମାନ ଓଡ଼ିଆ ଶ୍ରମିକ ମାନେ ବିଭିନ୍ନ ରାଜ୍ଯରେ ଫସି ରହିବା ସହ ମୌଳିକ ସୁବିଧାସୁଯୋଗ ପାଇବାରୁ ବଞ୍ଚିତ ହେବା ଚିନ୍ତାଜନକ।ଏଭଳି ସମୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ, ଅଶୋକପୁର,ପଥରପୁଞ୍ଜି, ଲାଞ୍ଜିଆ ପଲି, କୀର୍ତ୍ତି ପୁର,ର ଫସି ରହିଥିବା ଓଡ଼ିଆ ଶ୍ରମିକ ମାନଙ୍କ ଦୁଃଖ କହିଲେ ନସରେ।ପାଖରେ ରୋଜଗାର ନାହିଁ କି ଜନ୍ମମାଟିକୁ ଫେରିବା ପାଇଁ କିଛି ବ୍ଯବସ୍ଥା ଅଛି।ପୁଣି ଖାଇବା ପାଇଁ ସୁବିଧାସୁଯୋଗ ନମିଳିବା ଦୁଃଖ ଦ୍ବିଗୁଣିତ ହୋଇପଡିଛି।କିନ୍ତୁ ସୌଭାଗ୍ଯର ବିଷୟ ଗଞ୍ଜାମ ଜିଲ୍ଲାର ପରୋପକାରୀ ଓଡ଼ିଆ ପୁଅ ଶ୍ରୀଯୁକ୍ତ ନିରଞ୍ଜନ ପାଣିଗ୍ରାହୀ,ନବଘନ ପଣ୍ଡାଙ୍କ ପ୍ରଚେଷ୍ଟାରେ ସୁଦକ୍ଷ,କର୍ତ୍ତବ୍ୟନିଷ୍ଠ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ତରଫରୁ ଗୁଜୁରାଟର ସୁରାଟରେ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଯାଇଥିବା ପ୍ରାୟ ୩୫ ଜଣ ବ୍ଯକ୍ତିଙ୍କୁ ଶୁଖିଲା ଖାଦ୍ୟ ସ୍ବରୂପ ଚାଉଳ,ଡାଲି,ତେଲ,ଲୁଣ ଆଦି ସହାୟତା ମିଳିଛି।ଯାହା ଓଡ଼ିଆ ଶ୍ରମିକ ମାନଙ୍କ ମନରେ ଖୁସି ଦେଖିବାକୁ ମିଳିଛି।ଏଭଳି ଅସୁବିଧା ସମୟରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ନିରଞ୍ଜନ ପାଣିଗ୍ରାହୀ, ନବଘନ ପଣ୍ଡାଙ୍କ ସହଯୋଗ ପାଇଁ ସମୟରେ, ସମସ୍ତ ଓଡ଼ିଆ ଶ୍ରମିକ ଧନ୍ଯବାଦ ଅର୍ପଣ କରିବା ସହ ଖୁସି ବ୍ଯକ୍ତ ପ୍ରକାଶ କରିଛନ୍ତି।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.