କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା ଙ୍କ ସୋନପୁର ଗସ୍ତ କୁ ନେଇ ସାମ୍ୱାଦିକ ସମ୍ମିଳନୀ ।

0 242

ସୁବର୍ଣ୍ଣପୁର ,୨୩/୦୪(ପିପିଟି) : ଆସନ୍ତା ୨୫ ତାରିଖରେ ସୁବର୍ଣ୍ଣପୁର ଜିଲ୍ଳା କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା ଙ୍କ ଗସ୍ତ କୁ ନେଇ ରାଜ୍ୟ ବିଜେପି ପକ୍ଷରୁ ସୁବର୍ଣ୍ଣପୁର ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି l ଏହି ସମ୍ମିଳନୀରେ ବିଜେପି ରାଜ୍ଯ ଉପ ସଭାପତି ଗୋଲକ ବିହାରୀ ମହାପାତ୍ର ଯୋଗଦେଇ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶା ବାସୀ ଙ୍କୁ ପ୍ରତାରିତ କରିଚାଲିଛି ,ଧୋକା ଦେଇଛି ,ଠକି ଚାଲିଛି ନବୀନ ସରକାର l ମୌଳିକ ସୁବିଧା ଯୋଗାଇବାରେ ଫେଲ ମାରିଛି l ନବୀନ ସରକାର ଏକ ଠକ ସରକାର, କଣ୍ଢେଇ ସରକାର l ଜଣେ ଅଣ ଓଡ଼ିଆ ନବୀନ କୁ କଣ୍ଢେଇ ପରି ନଚାଉଛି, ନିଜ ବେପାର ରେ ମାତିଛି, ଓଡ଼ିଶା ର ଖଣି ଖାଦାନ କୁ ଲୁଟୁଛି l ବିଜେଡି କୁ ଭଡ଼ାଟିଆ ଜନତା ଦଳ ବୋଲି ଆଖ୍ୟା ଦେଇ ବାପା କ୍ରାଇମ୍ କଲେ ପୁଅ ର ଓ ସ୍ତ୍ରୀ ର ଦୋଷ ନୁହେଁ, ବିବାଦୀୟ ନେତା ମନ୍ତ୍ରୀ ଙ୍କ ଟିକଟ କାଟି ପୁଅ କୁ ସ୍ତ୍ରୀ କୁ ଟିକେଟ ଦେଇ ଏ କଥା ଆଜି ପ୍ରମାଣ କରିଛି ନବୀନ ସରକାର ବୋଲି କଡ଼ା ସମାଲୋଚନା କରିଛନ୍ତି l ବିଶେଷ କରି ବିଜେପୁର ଠାରେ ଗତ ଥର ନିର୍ବାଚନ ଲଢ଼ିବା ଦିନ ଠାରୁ ପଶ୍ଚିମ ଓଡ଼ିଶା ବାସୀ ଙ୍କୁ ବାରମ୍ବାର ବୋକା ବନାଇ ଚାଲିଛି ଏ ସରକାର l ଜିଲ୍ଲା ଘୋଷଣା ଠୁଁ ଆରମ୍ଭ କରି ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଯାଏ ସବୁଠି ସମ୍ପୂର୍ଣ୍ଣ ଫେଲ୍ ମାରି ପଶ୍ଚିମ ଓଡ଼ିଶା ବାସୀ ଙ୍କୁ ଉପେକ୍ଷିତ କରୁଛି ଉପହାସ କରୁଛି l ଦିନ ଦ୍ୱିପହର ରେ ଠକୁଛି l ଏଥର ପୁଣି ବଲାଙ୍ଗିର ସଂସଦୀୟ କ୍ଷେତ୍ର ଦାଦନ ଖଣି କୁ ଆସି ଦାଦନ ଙ୍କ ପେଟ ରେ ଲାତ ମାରିବାକୁ, ବୋକା ବନାଇବାକୁ , ଓ ଠକିବା ଚାର୍ଟ ପ୍ରସ୍ତୁତି କରୁଛନ୍ତି ନବୀନ ବୋଲି ଏବଂ ରାଜ୍ଯ ସରକାର ଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପାରଗତା ଉପରେ ନିର୍ଧୁମ୍ ବର୍ଷିଛନ୍ତି l ଓଡ଼ିଶା ର ମା,ମାଟି, ମାତୃଭାଷା ଓ ଓଡ଼ିଆ ଅସ୍ମିତା ର ସୁରକ୍ଷା କୁ ମୁଖ୍ୟ ପ୍ରସଙ୍ଗ କରି ଓ ନବୀନ ପଟ୍ଟନାୟକ ଙ୍କୁ ଚେକ୍ ଦେବା ପାଇଁ ଏ ବୀର ମାଟି ସୋନପୁର ରୁ ପ୍ରଥମେ ପ୍ରଚାର ମଇଦାନ କୁ ଓହ୍ଲାଇଵେ ମାନ୍ୟବର ଗୃହ ମନ୍ତ୍ରୀ ଅମିତ୍ ସାହା ବୋଲି ମତ ରଖି ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଥିଲେ ଶ୍ରୀ ମହାପାତ୍ର l ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର,ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲା, ବରିଷ୍ଠ ନେତା ଆନନ୍ଦ ବାରିକ , ନାରାୟଣ ବେଚ , ଜିଲ୍ଲା ସlଧାରଣ ସମ୍ପାଦକ ବେଣୁଧର ଦାଶ, ବିଶ୍ବମ୍ବର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.