ବେଲଗୁଣ୍ଠା,୧୧/୦୮(ପିପିଟି); ଆଜି ସକାଳେ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମ ନିକଟସ୍ଥ ଆମ୍ବପୁଆ କେନାଲ୍ ଗେଟ୍ ନିକଟରୁ ଖୁକୁଣ୍ଡିଆ ଗ୍ରାମର ସୁଦର୍ଶନ ବାଡତ୍ୟାଙ୍କ ଶବ ଉଦ୍ଧାର କରାଯାଇଛି । ଏନେଇ ସୁଦର୍ଶନଙ୍କ ଭଣଜା ଭଞ୍ଜନଗର ବ୍ଳକ୍ ବଡ କୋଦଣ୍ଡା ଗ୍ରାମର ସନ୍ତୋଷ କୁମାର ବେହେରାଙ୍କ ଏତାଲା ପ୍ରକାରେ ଗାଙ୍ଗପୁର ଥାନାରେ ଏକ ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ପ୍ରକାରେ ସୁଦର୍ଶନ ଗତ ରାତ୍ରି ପ୍ରାୟ ଦୁଇ ଘଣ୍ଟ ସମୟରେ ନିକଟସ୍ଥ କେନାଲ୍ କୁ ଶୌଚ ହେବା ପାଇଁ ଯାଇ ଆଉ ଫେରିନଥିଲେ । ପରିବାର ଲୋକ ତାଙ୍କୁ ଖୋଜାଖୋଜି କରି ପାଇନଥିଲେ । ଆଜି ଆମ୍ବପୁଆ ନିକଟସ୍ଥ କେନାଲ୍ ଗେଟ୍ ରେ ଜଣେ ବୃଦ୍ଧଙ୍କ ଶବ ଭାସି ଆସି ଲାଗିଥିବାର ଦେଖିଥିଲେ । ଏସମ୍ପର୍କରେ ଆଜି ସକାଳେ ସନ୍ତୋଷ ଖବର ପାଇ ପରିବାର ଲୋକ ସହ ଘଟଣା ସ୍ଥଳକୁ ଯାଇ ଶବକୁ ଚିହ୍ନଟ କରିବା ସହିତ ଥାନାକୁ ଜଣାଇଥିଲେ । ଏନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ ୧୬/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ଉମାଚରଣ ପ୍ରଧାନ ଘଟଣାର ତଦନ୍ତ କରୁ୍ଥିବା ଥାନା ଅଧିକାରୀ ଧୀରେଶ୍ କୁମାର ଦାଶ ସୂଚନା ଦେଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )