କୃଷକ ମୋର୍ଚ୍ଚାର ଗ୍ରାମ ପରିକ୍ରମା ଶୁଭାରମ୍ଭ।

0 143

ବୋଲଗଡ଼,୧୨/୦୨(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସଦର ମୁଖ୍ୟାଳୟ ସ୍ଥିତ କୁଞ୍ଜବନ କମ୍ପ୍ଲେକ୍ସ ପରିସର ରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର କୃଷକ କଲ୍ୟାଣ ଗ୍ରାମ ପରିକ୍ରମା ଶୁଭାରମ୍ଭ ସୋମବାର ଅନୁଷ୍ଠିତ ହୋଇଯାଇଛି।ଏହି କୃଷକ ମୋର୍ଚ୍ଚା ଗ୍ରାମ ପରିକ୍ରମା କାର୍ଯ୍ୟ କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦେଶର ଚାଷୀ ମାନଙ୍କ ପ୍ରତି ରହିଥିବା ଚାଷୀ କଲ୍ୟାଣ ଯୋଜନା ପ୍ରମୁଖ ଗୁଡିକୁ ଗାଁ କୁ ଗାଁ ପରିକ୍ରମା କରି ଏହାର ସୁଫଳ ସାଧାରଣରେ ପହଞ୍ଚ କରିବାକୁ ରାଷ୍ଟ୍ରୀୟ ଅଧକ୍ଷ ଜଗତ ପ୍ରସାଦ ନଡ୍ଡା ଭର୍ଚୁଆଲ ମାଧ୍ୟମରେ ଚାଷୀ ମାନଙ୍କୁ ଅବଗତ କରିଥିଲେ । ବୋଲଗଡ଼-ବେଗୁନିଆ ବିଜେପି ସଂଯୋଜକ ଶିବ ପ୍ରସାଦ ମିଶ୍ରଙ୍କ ଆବାହକ ତ୍ୱରେ ଆୟୋଜିତ ଚାଷୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା କୋଷାଧ୍ୟକ ବିଶ୍ଵଜିତ ସ୍ୱାଇଁ ଯୋଗଦେଇ ଥିଲେ।ବିଜେପି ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୋଦିଜୀଙ୍କ କୃଷକ କଲ୍ୟାଣ ଯୋଜନା ସମ୍ପର୍କରେ ଚାଷୀ ମାନଙ୍କୁ ସମ୍ବୋଧିତ କରିଥିଲେ।ସେହିପରି ସଂମ୍ମାନୀତ ଅତିଥୀ ଭାବେ ବୋଲଗଡ଼ ମଣ୍ଡଳ ସଭାପତି ରଘୁନାଥ ଷଡ଼ଙ୍ଗୀ ଯୋଗଦେଇ ଥିଲେ।ଅନ୍ୟ ସଂମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ଓବିସି ସାଧାରଣ ସମ୍ପାଦକ ସତ୍ୟନାରାୟଣ ପରିଡା ଓ ବୋଲଗଡ଼- ବେଗୁନିଆ ବିଧାନସଭା ବିସ୍ତାରକ ଚିତ୍ତ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିଲେ।ଏଥିରେ ୩୦୦ରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିବା ବେଳେ କୃଷି କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କେତେକ ଚାଷୀଙ୍କୁ ଅତିଥି ମାନେ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କୃଷକ କଲ୍ୟାଣ ଗ୍ରାମ ପରିକ୍ରମା କାର୍ଯ୍ୟକ୍ରମ ୧୨ ଫେବୃଆରୀ ୨୪ ଠାରୁ ୧୨ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ଦୀର୍ଘ ୧ମାସ ଚାଲୁ ରହିବ ବୋଲି ମୋର୍ଚ୍ଚା କୋଷାଧ୍ଯକ୍ଷ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।ପରିଶେଷରେ ପାଞ୍ଚଗଡ଼ ମଣ୍ଡଳ ସଭାପତି ଅଶୋକ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.