କୀଆଝର ଓ ଖଣ୍ଡପଡା ପ୍ରବାସୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ।

0 168

ନୟାଗଡ଼ ,(ପିପିଟି)୧୦/୦୬,ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ କୀଆଝର ପଞ୍ଚାୟତ ପକ୍ଷରୁ ୨ଟି କ୍ଵାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ୬୫ ଜଣ ଓଡ଼ିଆ ପ୍ରବାସୀଙ୍କୁ ପଞ୍ଚାୟତ କତ୍ତୃପକ୍ଷ  ମଙ୍ଗଳବାର ଅପରାହ୍ନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି ।କୀଆଝର ସରପଞ୍ଚଙ୍କ ଅବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବିଡ଼ିଓ ପ୍ରମୋଦ କୁମାର ନାୟକ, ଏବିଡିଓ ଦୁର୍ଗାମାଧବ ରଥ ନୂଆଗଡିଆ ସାହି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର  ସତ୍ୟବ୍ରତ ପ୍ରମୁଖ ଯୋଗଦେଇ କରୋନା ସମ୍ପର୍କରେ ପ୍ରବାସୀଙ୍କୁ ସଚେତନତା କରିଥିଲେ ।ସମସ୍ତ ପ୍ରବାସୀଙ୍କୁ ଫୁଲଚନ୍ଦନ  ଓ ଉତ୍ତରୀୟ ଦେଇ ସରପଞ୍ଚ ଓ ଅଙ୍ଗନବାଡି କର୍ମୀ ମହିଳା ଗୋଷ୍ଠୀର ସଦସ୍ୟମାନେ  ସମ୍ବର୍ଦ୍ଧତ କରିଥିଲେ । ସେହିପରି ପ୍ରତେକ ପ୍ରବାସୀଙ୍କୁ ଦୁଇହଜାର ଟଙ୍କା ସହ ପ୍ରମାଣପତ୍ର ପଞ୍ଚାୟତ କତ୍ତୃପକ୍ଷ ପ୍ରଦାନ କରିଥିଲେ । ଏ ଅବସରେ କରୋନା ଯୋଦ୍ଧା ଭାବେ, ବିଡ଼ିଓ ଏବିଡିଓ, ଡାକ୍ତର, ଅଙ୍ଗନବାଡି କର୍ମୀସମେତ  କ୍ଵରେଣ୍ଟଟାଇନ କେନ୍ଦ୍ରର ସହଯୋଗୀ  ରୋଷେଆ କର୍ମୀ ରାତ୍ରିଜଗୁଆଳି, ବ୍ଲକ ପ୍ରସାଶନର ଅଧିକାରୀମାନଙ୍କୁ ପଞ୍ଚାୟତ କତ୍ତୃପକ୍ଷ ଓ ପ୍ରବାସୀ ମିଳିତହୋଇ ସମ୍ବର୍ଦ୍ଧିତ କରିଥିଲି । କ୍ଵରେଣ୍ଟlଇନ  କେନ୍ଦ୍ରରୁ ୧୪ ଦିନ ପରେ ବିଦାୟ ନେଇଥିବା ପ୍ରବାସୀ ମାନେ ଆସନ୍ତା ୭ଦିନ ପାଇଁ ହୋମ କ୍ଵାରେଣ୍ଟlଇନରେ ରହିବାକୁ  ବିଡ଼ିଓ ଶ୍ରୀ ନାୟକ ସେମାନଙ୍କୁ ପରାମର୍ଶ ଦେଇଥିଲେ । ବିଦାୟନେଇଥିବା ସମସ୍ଥ ପ୍ରବାସୀ ସୁସ୍ଥଥିବା ନୂଆଗଡିଆ ସାହି ଗୋଷ୍ଠୀସ୍ୱାସ୍ଥ୍ୟ  କେନ୍ଦ୍ରପକ୍ଷରୁ ଜଣାପଡିଛି ।
ରିପୋର୍ଟ – ସୁଶାନ୍ତ ପ୍ରଧାନ ।

Leave A Reply

Your email address will not be published.