କାନପୁର ଠାରେ ୮ ଜଣ ପୋଲିସ ସହିଦ ଏବଂ ୭ ଜଣ ଗୁରୁତର

0 2,197

କାନପୁର,୦୩/୦୭ ; ଉତ୍ତରପ୍ରଦେଶ କାନପୁରରେ ଆଜି ଅପରାଧୀଙ୍କୁ ଧରିବାକୁ ଯାଇଥିବା ବେଳେ ୮ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ଅପରାଧୀ ବିକାଶ ଦୁବେ ଓ ସହଯୋଗୀଙ୍କ ଗୁଳିମାଡ଼ରେ ପୋଲିସ ସହିଦ ହୋଇଥିବା ଜଣାପଡିଛି।ଉତ୍ତରପ୍ରଦେଶର କାନପୁର ଧୌବେଦପୁର ଥାନା ଅନ୍ତର୍ଗତ ବେକରୁ ଗାଁ ନିକଟରେ ଘଟିଛି ଏହି ଅଘଟଣ।ତେବେ ୟୁପି ପୋଲିସ ବିକାଶ ଦୁବେକୁ ଧରିବାକୁ ଯିବା ବେଳେ ଅପରାଧୀମାନେ ପାଲଟା ଗୁଳିମାଡ଼ କରିଥିଲେ। ଏଥିରେ ୮ ପୋଲିସ ସହିଦ ହେବ ସହ ୭ ପୋଲିସ କର୍ମଚାରୀ ଆହତ ଏବଂ ଜଣେ ସାଧରଣ ଲୋକ ଆହତ ହୋଇଛନ୍ତି। ଅନ୍ୟପଟେ ଅପରାଧୀ ବିକାଶ ଦୁବେ ଓ ତାର ୧୦ଜଣ ସହଯୋଗୀ ଏହି ଅଘଟଣ ଘଟାଇବା ପରେ ଘଟଣାସ୍ଥଳରୁ ପୁଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟିନେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି । ୮ ଜଣ ସହିଦ ପୋଲିସଙ୍କ ମଧ୍ୟରେ ଜଣେ ଡିଏସପି,୩ଜଣ ସବ୍ ଇନିସପେକ୍ଟର ଓ ୪ଜଣ କନେଷ୍ଟବଳ । ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯ ନାଥା ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଅପରାଧିଙ୍କୁ ଗିରଫ କରାଯାଉ ବୋଲି ଟୁଇଟ୍ କରିଛନ୍ତି ।

Leave A Reply

Your email address will not be published.