କାନପୁର ଏନକାଉଣ୍ଟରର ଘଟଣାର ମୋଷ୍ଟ ୱାଣ୍ଟେଡ୍ ବିକାଶ ଦୁବେ ଗିରଫ ।

0 1,775

କାନପୁର,୦୯/୦୭ ; ଉତ୍ତରପ୍ରଦେଶ କାନପୁରରେ ଜୁଲାଇ ୩ ତାରିଖରେ ଅପରାଧୀଙ୍କୁ ଧରିବାକୁ ଯାଇଥିବା ବେଳେ ୮ ପୋଲିସ କର୍ମଚାରୀ ସହିଦ ହୋଇଥିଲେ । ଅପରାଧୀ ବିକାଶ ଦୁବେ ଓ ସହଯୋଗୀଙ୍କ ଗୁଳିମାଡ଼ରେ ପୋଲିସ ସହିଦ ହୋଇଥିଲେ ।ଉତ୍ତରପ୍ରଦେଶର କାନପୁର ଧୌବେଦପୁର ଥାନା ଅନ୍ତର୍ଗତ ବେକରୁ ଗାଁ ନିକଟରେ ଏହି ଘଟଣା ଘଟିଥିଲା । ୟୁପି ପୋଲିସ ବିକାଶ ଦୁବେକୁ ଧରିବାକୁ ଯିବା ବେଳେ ଅପରାଧୀମାନେ ପାଲଟା ଗୁଳିମାଡ଼ କରିଥିଲେ। ଏଥିରେ ୮ ପୋଲିସ ସହିଦ ହେବ ସହ ୭ ପୋଲିସ କର୍ମଚାରୀ ଆହତ ଏବଂ ଜଣେ ସାଧରଣ ଲୋକ ଆହତ ହୋଇଥିଲେ । ଅନ୍ୟପଟେ ଅପରାଧୀ ବିକାଶ ଦୁବେ ଓ ତାର ୧୦ଜଣ ସହଯୋଗୀ ଏହି ଅଘଟଣ ଘଟାଇବା ପରେ ଘଟଣାସ୍ଥଳରୁ ପୁଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟିନେଇ ଫେରାର ହୋଇଯାଇଥିଲେ । ବିକାଶ ଦୁବେକୁ ଧରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ୭ ଦିନିଆ କଣ୍ଟ ଦେବା ପରେ ପୁଲିସ ସକ୍ରିୟ ହୋଇ ଉଠିଥିଲା । ବିକାଶ ଦୁବେ ସହିତ ସମ୍ପର୍କ ଥିବା ସନ୍ଦେହରେ ୨୦୦ ପୁଲିସ ଜେରା କରାଯାଇଥିବା ବେଳେ ୧୦ ଜଣଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି ।ବୁଧବାର ଦିନ ଦୁଇ ପୁଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି ।ଏମାନେ ହେଉଛନ୍ତି ନିଲମ୍ବିତ ଚୌବେପୁର ଷ୍ଟେସନ ହାଉସ୍ ଅଫିସର ବିନୟ ତିୱାରୀ ଓ ବିଟ୍ ହାଉସ୍ ଅଧିକାରୀ ସବ୍ ଇନିସପେକ୍ଟର କେ କେ ଶର୍ମା । ଅନ୍ୟ ଏକ ଘଟଣାରେ ବୁଧବାର ଦିନ ବିକାଶର ଘନିଷ୍ଠ ସହଯୋଗୀ ଅମର ଦୁବେ ଏସଟିଏଫ୍ ସହିତ ଗୁଳି ବିନିମୟ ସମୟରେ ନିହତ ହୋଇଛି । ଅମର ଦୁବେକୁ ଧରିବା ପାଇଁ ପୁଲିସ ପକ୍ଷରୁ ୫୦ ହଜାର ଟଙ୍କା ଘୋଷଣା କରାଯାଇଥିଲା । ଫରିଦାବାଦରୁ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପୁଲିସଠାରୁ ଲୁଟ୍ ହୋଇଥିବା ଅସ୍ତ୍ର ଜବତ କରାଯାଇଛି ।ବିକାଶ ଦୁବେକୁ ଧରିବା ପାଇଁ ପୁରସ୍କାର ରାଶି ବୃଦ୍ଧି କରାଯାଇ ୫ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା । ବିକାଶ ଦୁବେକୁ ମଧ୍ୟପ୍ରଦେଶ ଉଜୈନର ମହାକାଳ ମନ୍ଦିରରୁ ସ୍ଥାନୀୟ ପୁଲିସ ଗିରଫ କରିଛି ।ଏନେଇ ଗୁରୁବାର ଦିନ ଉତ୍ତରପ୍ରଦେଶ ପୁଲିସ ସ୍ପଷ୍ଟ କରିଛି ।କାନପୁର ଏସଟିଏଫ୍ ଟିମ୍ ବିକାଶଙ୍କୁ ଆଣିବା ପାଇଁ ମଧ୍ୟପ୍ରଦେଶ ଅଭିମୁଖେ ଗସ୍ତ କରିଛି ।ଆସନ୍ତା କାଲି ସୁଦ୍ଧା କାନପୁର ଏସଟିଏଫ୍ ତାଙ୍କୁ ରିମାଣ୍ଡରେ ନେଇପାରେ । ବିକାଶ ଦୁବେ ଗିରଫ ହୋଇଛନ୍ତି ନା କରିଛନ୍ତି ଆତ୍ମସମର୍ପଣ, ସରକାର ସ୍ପଷ୍ଟ କରନ୍ତୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ।
ଫଟୋ – ସୋସିଆଲ୍ ମିଡ଼ିଆ ।

Leave A Reply

Your email address will not be published.