କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର :

0 51

କଳାହାଣ୍ଡି,(ପିପିଟି ନ୍ଯୁଜ୍)୨୭/୦୪-କଳାହାଣ୍ଡି ଜିଲ୍ଲା  ଆଜି କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁଣ୍ଡଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ଦିନ  ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ବରେ କୋରନା ଭୁତାଣୁ ସଂକ୍ରମଣ ଜନିତ ଆତଙ୍କ ଯୋଗୁଁ ଲକ୍ ଡାଉନ ଜନିତ ସଙ୍କଟ ସମୟରେ ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, କେସିଙ୍ଗା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୁପ୍ତେଶ୍ୱର ଭୋଇ, କେସିଙ୍ଗା ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର, ପଲମ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ସମେତ ବିଜୁ ଯୁବ ବାହିନୀ ଓ ସୋସିଆଲ ଅକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ର ସଦସ୍ୟ, ସ୍ଥାନୀୟ ସାମାଜିକ କର୍ମୀ ଏବଂ ସ୍ଥାନୀୟ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ ଓ ଶିବିରରେ କୋଭିଡ୍ -୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।      ଏହି ରକ୍ତଦାନ ଶିବିରରେ ୮୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ତୁଣ୍ଡଲା ବିଜୁ ଯୁବ ବାହିନୀର ସଦସ୍ୟ,  ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ପ୍ରତିଷ୍ଠାତା ତଥା ସମ୍ପାଦକ  ପ୍ରମୋଦ କୁମାର ସାହୁ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବୁଦ୍ଧେଶ୍ୱର ଚୌଧୁରୀ, ମୁଷ୍କୁଟିର ସମାଜସେବୀ ସମୀର ରାଉତ, ତୁଣ୍ଡଲା ପଞ୍ଚାୟତର ସରପଞ୍ଚ ଭଗବାନ ସାହୁ, ସିର୍ଜାପାଲି ପଞ୍ଚାୟତର ସରପଞ୍ଚ ବୃକୋଦର ଭୋଇ ସମେତ ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଶିବିରରେ ଉପରୋକ୍ତ ସଂଗଠନର ସ୍ଵେଚ୍ଛାସେବୀ ତଥା ପଲମ୍ ଫାଣ୍ଡି ଅଞ୍ଚଳର ସାତ ଗୋଟି ପଞ୍ଚାୟତର ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ।
 ରିପୋର୍ଟ – ଭିଷ୍ମ ସାହୁ ।

Leave A Reply

Your email address will not be published.