କଳାକାରଙ୍କୁ ପରିଚୟ ପତ୍ର ପ୍ରଦାନ ।

0 251

ଯାଜପୁର, ୧୭/୦୮(ପିପିଟି); ଜଣେ କଳାକାର ତାହାର କଳା ମାଧ୍ୟମରେ ପରିଚୟ ଓ ପ୍ରତିଷ୍ଠା ପାଇଥାଏ । ତେବେ ପରିଚୟ ପତ୍ର ତାକୁ ଏକ ସ୍ୱୀକୃତି ପ୍ରଦାନ କରିଥାଏ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ମତ ବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଯାଜପୁର ବ୍ଳକ ସମ୍ମିଳନୀ ଗୃହରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ ହୋଇଥିବା କଳାକାର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି ପରିଚୟ ପତ୍ର ପାଇଁ କଳାକାର ମାନେ ବିଭିନ୍ନ ସମୟରେ ଅନୁରୋଧ କରୁଥିଲେ । ଯାହା ସେମାନଙ୍କ ପରିଚୟକୁ ସୁଦୃଢ କରିବ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ରାଜ୍ୟ ସରକାର ୨୦୧୮ ମସିହାରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପ୍ରଣୟନ କରି ମାସିକ ୧୨୦୦/- ଟଙ୍କା ଲେଖାଏଁ କଳାକାରଙ୍କୁ ପ୍ରଦାନ କରୁଚ୍ଥନ୍ତି । ଆମ ଜିଲ୍ଲାର ୨୦୦୩ କଳାକାର ଏଥିରେ ସାମିଲ ହୋଇଚ୍ଥନ୍ତି । ପ୍ରଥମ ବ୍ଳକ୍ ଭାବେ ଯାଜପୁର ବ୍ଳକର କଳାକାର ମାନେ ସମ୍ମିଳିତ ଭାବେ ଏହି ପରିଚୟ ପତ୍ର ବ୍ୟବସ୍ଥା କରିଥିବାରୁ ଶ୍ରୀ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ କଳାକାର ମାନଙ୍କ ପାଇଁ ସରକାର ପ୍ରଣୟନ କରିଥିବା ବିବିଧ ଯୋଜନା ସଂପର୍କରେ ସୂଚନା ଦେବା ସହ କଳାକାର ମାନେ ବିଭିନ୍ନ ଯୋଜନାର ପ୍ରଚାର, ପ୍ରସାରରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି ବୋଲି କହିଥିଲେ । ଯାଜପୁର ବି.ଡି.ଓ. ତଥା ବ୍ଳକ କଳା ସଂସ୍କୃତି ସଂଘର ସଭାପତି ସୈାରଭ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାଜପୁର ବ୍ଳକ ଅଧ୍ୟକ୍ଷ ପ୍ରଦିପ୍ତ କୁମାର ନାୟକ, ଯାଜପୁର ପୌର ପାଳିକାର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ବରୀ ବିଧାୟକଙ୍କ ପ୍ରତିନିଧି ଗଣେଶ୍ୱର ମହାକୁଡ, ବ୍ଳକ କଳା ସଂସ୍କୃତି ସଂଘର ଊପ ସଭାପତି ସନ୍ତୋଷ କୁମାର ପଣ୍ଡା ପ୍ରମୁଖ କଳାକାର ମାନଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଉପଦେଷ୍ଟା ନଟବର ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜଗବନ୍ଧୁ ଓଝା ମଙ୍ଗଳାଚରଣ ଆବୃି କରିଥିଲେ । ଶେଷରେ ଅତିଥି ମାନେ କଳାକାର ମାନଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ । ଶେଷରେ ପରେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.