କବିସୂର୍ଯ୍ୟନଗର, ୦୪/୧୦(ପିପିଟି): କବିସୂର୍ଯ୍ୟନଗର ସହର ମଧ୍ଯରେ ରାସ୍ତା ସମ୍ପ୍ରସାରଣ ହେବ ନେଇ ବିବାଦ ଲାଗିରହିଛି। ୨୦୧୯-୨୦ ରେ ଏହି ରାସ୍ତା ସମ୍ପ୍ରସାରଣ ପାଇଁ ଟେଣ୍ଡର ହୋଇଛି। ରାସ୍ତା ସମ୍ପ୍ରସାରଣ ଟେଣ୍ଡର ଆରକେଡି ନେଇଛି। ବୁଢାମ୍ବ ଭାୟା କବିସୂର୍ଯ୍ୟନଗର – ଆସିକା – ବାଲିପଦର ରାସ୍ତା ପାଇଁ ୪୪,୮୧,୨୫,୩୬୦ ଟଙ୍କାର କାର୍ଯ୍ଯ ପାଇଁ ଏଗ୍ରୀମେଣ୍ଟ ହୋଇଛି । କବିସୂର୍ଯ୍ୟନଗର ଏନ୍ଏସି ମଧ୍ଯରେ ଯାଇଥିବା ରାସ୍ତା କେବେ ସମ୍ପ୍ରସାରଣ ହେବ ସେନେଇ ଅନେକ ପ୍ରଶ୍ନ। କବିସୂର୍ଯ୍ୟନଗର ଆରଆଇ କାର୍ଯ୍ଯାଳୟ ନିକଟ ଏନ୍ଏସି ଓ ସପ୍ନେଶ୍ବର ରୋଡକୁ ସଂଯୋଗ କରୁଥିବା ରାସ୍ତାରେ ଏକ କଲର୍ଭଟ ନିର୍ମାଣ ଶେଷ ହୋଇଛି। କିନ୍ତୁ ମୁଖ୍ଯ ରାସ୍ତାକୁ ସଂଯୋଗ କରୁଥିବା ସପ୍ନେଶ୍ବର ରୋଡ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଛାଡି ଦିଆଯାଇଛି। ଉକ୍ତ ରାସ୍ତା ଏନ୍ଏସି ଅଧିନରେ। ସପ୍ନେଶ୍ବର ରୋଡ ରେ ଦୁଇଟି ଏଟିଏମ୍ ରହିଛି, ଦୁଇଟି ମନ୍ଦିର, ଗୋଟିଏ ସ୍କୁଲ, ଗୋଟିଏ ପୋଖରୀ ଏବଂ ହୋଲସେଲ ପରିବା ବଜାର ରହିଛି। ସଂପୃକ୍ତ ରାସ୍ତାରେ ଯାନବାହାନ ଯିବା ଭାରି ମୁସ୍କିଲ୍। ବିପଦ ସଂକୁଳ ଅବସ୍ଥାରେ ରାସ୍ତା ଏବଂ ରାସ୍ତା ପାର୍ଶ୍ବରେ ଅବର୍ଜନା ଠୁଳ। ଏନ୍ଏସି ପ୍ରଶାସନ ସତେ ଯେମିତି ଅନ୍ଧ ! ରାସ୍ତାକୁ ଭାଙ୍ଗି କଲର୍ଭଟ ନିର୍ମାଣ ସରିଲା ଯନ୍ତ୍ରୀଙ୍କ ଦାୟୀତ୍ବ ସରିଲା । ବର୍ତ୍ତମାନ ପ୍ରଶ୍ନ ଉଠୁଛି ମୁଖ୍ଯ ରାସ୍ତା ସହିତ ସପ୍ନେଶ୍ବର ରାସ୍ତାକୁ ଯୋଡିବ କିଏ ? ପୂର୍ତ୍ତବିଭାଗ ଓ ଏନ୍ଏସି ଯନ୍ତ୍ରୀଙ୍କ ଦାୟୀତ୍ବ ହୀନତା ପାଇଁ ବିପଦ ସଂକୁଳ ରାସ୍ତାରେ ଶହ ଶହ ଲୋକ ଗମନାଗମନ କରୁଛନ୍ତି କିନ୍ତୁ ପାରିବାର ନେତାଙ୍କ ଦୃଷ୍ଟି ପଡୁ ନାହିଁ। ଭଗ୍ନ ରାସ୍ତାର ମରାମତି ପାଇଁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।