କରୋନା ସକାଶେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଜିଲ୍ଲାପାଳଙ୍କ ଦ୍ବାରା ଉଦଘାଟିତ ।

0 1,052

ଛତ୍ରପୁର, ତା.୧୩/୦୭(ପିପିଟି); ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପଞ୍ଚାୟତ ଅମ୍ବୁଲାନ୍ସ ସେବା ପରିଚାଳନା କକ୍ଷ ଓ ଆମ୍ବୁଲାନ୍ସ  ଉଦଘାଟନ କରିଛନ୍ତି । ୧୦୮ ଆମ୍ବୁଲାନ୍ସଟି କୋଭିଡ୍ ଜନୀତ ବ୍ୟକ୍ତି ବିଶେଷଙ୍କ ସେବା ଯୋଗାଇ ଦେବାପାଇଁ ଉଦ୍ଦିଷ୍ଟ ନୁହେଁ । ଏଥି ସକାଶେ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନାଗତ ପଞ୍ଚାୟତ ସ୍ତରୀୟ ଆମ୍ବୁଲାନ୍ସ ସ୍ବତନ୍ତ୍ର ଭାବେ ସେବା ଆରମ୍ଭ କରାଯାଇଛି । ଏହି ଆମ୍ବୁଲାନ୍ସ ଟି କେବଳ କରୋନା ବ୍ୟକ୍ତି ବିଶେଷଙ୍କ ନିମନ୍ତେ ସେବା ଯୋଗାଇ ଦେବ । ଗଞ୍ଜାମ ଜିଲ୍ଲାର ପ୍ରତିଟି ବ୍ଲକ୍ ରେ ୪ ଗୋଟି, ବ୍ରହ୍ମପୁର ମହାନଗର ନିଗମ ଠାରେ ୪ ଗୋଟି ଏବଂ ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ କୁ ୯ ଗୋଟି ଆମ୍ବୁଲାନ୍ସ୍ ଯୋଗାଇ ଦିଆଯାଇଛି  ଏବଂ ଆଉ ୩ ଗୋଟି ଆମ୍ବୁଲାନ୍ସ ମହାପ୍ରୟାଣ ନିମନ୍ତେ ବ୍ୟବହାର କରାଯିବ । ଏ ଭଳି ସମୁଦାୟ ୧୦୪ ଗୋଟି ଆମ୍ବୁଲାନ୍ସ୍ ଆଜିଠାରୁ କାର୍ଯ୍ୟ କରିବ । ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୨ ଗୋଟି ଆମ୍ବୁଲାନ୍ସ୍ ଯୋଗାଇ ଦିଆଯିବ  । ଯେଉଁଥିରେ ଅକ୍ସିଜେନ୍ ର ମଧ୍ୟ ସୁବିଧା ଉପଲବଧ ହେବ  । ଏହି ସେବା ଗୁଡିକ ଉପଲବ୍ଧ ନିମନ୍ତେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଖୋଲାଯାଇଥିବା ପରିଚାଳନା କକ୍ଷଟି ଦିନରାତି (୨୪X୭) କାର୍ଯ୍ୟ କରିବ । ଜନ ସାଧାରଣ କେବଳ କୋଭିଡ୍ କାର୍ଯ୍ୟ ସକାଶେ ଫୋନ୍ ନମ୍ବର ୦୬୮୧୧-୨୬୩୭୭୪ କୁ ଟେଲିଫୋନ୍ କରି ଏହି ସେବା ହାସଲ କରିପାରିବେ । ଏହି ଆମ୍ବୁଲାନ୍ସରେ ଡ୍ରାଇଭର୍ ଓ ରୋଗୀଙ୍କ ମଧ୍ୟରେ ପାର୍ଟିସନ୍ କରାଯାଇଛି । ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ବାଳ ଉପସ୍ଥିତ ଥିଲେ  ।

Leave A Reply

Your email address will not be published.