କରୋନା ରୋଗୀଙ୍କ ସହାୟ ହେଲା ଗଞ୍ଜାମ ବିଜେପିର ସହାୟ ଆପ ।

0 548

ବ୍ରହ୍ମପୁର,୧୯/୦୮; ବୁଧବାର ଦିନ ଗଞ୍ଜାମ ଜିଲ୍ଲାର ଲମ୍ବୋଦର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । କରୋନା ରେ ମୃତ୍ୟୁ ବରଣ କରିଥିବା ହେତୁ ତାଙ୍କ ଶବ ଦାହ ରେ ଅସୁବିଧା ହୋଇଥିଲା । ଏହି ସମୟରେ ତାଙ୍କ ପରିବାର ଲୋକେ ବିଜେପି ଗଞ୍ଜାମ ଜିଲ୍ଲା ଦ୍ୱାରା ପରିଚାଳିତ ସହାୟ ଆପ ର ସାହାଯ୍ୟ ନେଇଥିଲେ । ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଏବଂ କାହ୍ନୁ ଚରଣ ପତିଙ୍କ ନିର୍ଦ୍ଦେଶ କ୍ରମେ ସହାୟ ଆପ ର ମହାପ୍ରୟାଣ ଟିମ ଏନ.ରାଜେନ୍ଦ୍ର କୁମାରଙ୍କ ନେତୃତ୍ୱରେ ରାମ କୁମାର ପାତ୍ର, କିରଣ କୁମାର ସାହୁ, ଜଗଦୀଶ ପ୍ରଧାନ, କମଲ ପାତ୍ର ପ୍ରମୁଖ ଏହି କାର୍ଯ୍ୟକୁ ସମ୍ପାଦିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରବୀନ କୁମାର ସାହୁ କିଶନ ମହାରଣା, ଚନ୍ଦନ ସାହୁ, ସୁଶାନ୍ତ ସାହୁ, ଏସ ରାଣୀ ପ୍ରମୁଖ ସହଯୋଗ କରିଥିଲେ । ସହାୟ ଆପ ର ସଂଚାଳକ ଶିବ ପ୍ରସାଦ ପାତ୍ର, ଆମ୍ବୁଲାନ୍ସ ପରିଚାଳକ ରାଜୀବ କୁମାର ମିଶ୍ର ପ୍ରମୁଖ ସଂଯୋଜନା କରି ଏହି ମହତ କାର୍ଯ୍ୟକୁ ସମ୍ପାଦିତ କରିଥିଲେ ।

Leave A Reply

Your email address will not be published.