କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗରବାସୀ ଗାଇଲେ, ବନ୍ଦେ ଉତ୍କଳ ଜନନୀ ।

0 116

ଭଞ୍ଜନଗର,(ପିପିଟି ନ୍ଯୁଜ୍)୩୦/୦୫, କରୋନାକୁ ନେଇ ଚାରିଆଡେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ ରହିଛି।ଏହାର ମୁଖ୍ୟ କାରଣ ହେଲା ସଠିକ ସମୟରେ ରାଜ୍ୟ ସରକାରଙ୍କ ଉଚିତ ପଦକ୍ଷେପ ଗ୍ରହଣ।ଏହି ସଫଳତା ପଛରେ କରୋନା ଯୋଦ୍ଧାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ସେମାନେ ଅହରହ ଅକ୍ଲାନ୍ତ ପରିଶ୍ରମ କରି ଆମକୁ ସୁରକ୍ଷା ଦେବାରେ ସକ୍ଷମ ହୋଇଛନ୍ତି।ତେଣୁ ସେହି ମହାନ ବ୍ୟକ୍ତିମାନଙ୍କୁ ସମ୍ନାନ ଜଣାଇବା ଉଦ୍ଦେଶ୍ୟରେ ଶନିବାର ସନ୍ଧ୍ୟା ସାଢ଼େ ୫ଟା ସମୟରେ ବନ୍ଦେ ଉତ୍କଳ ଜନନୀ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ।ତାହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଘରୋଇ ବସ ମାଲିକ ସଂଘ ତରଫରୁ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରେ ଉପଖଣ୍ଡ ପ୍ରଶାସନ,ପୋଲିସ ବିଭାଗ, ଗଣ ମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ଏକତ୍ରିତ ହୋଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।ଏହାପରେ ସମସ୍ତ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ସଂଘର ସଭାପତି ଗୋପବନ୍ଧୁ ମହାପାତ୍ର ପ୍ରଶାସନିକ ଅଧିକାରୀ, ପୋଲିସ କର୍ମଚାରୀ ଓ ସାମ୍ବାଦିକମାନଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏଥିରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଏସ.ଡ଼ି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇ.ଆଇ.ସି ସୁଦୀପ୍ତ କୁମାର ସାହୁ, ଆର.ଟି.ଓ ଶୁଭେନ୍ଦୁ ରାୟ, ମେଡିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ଅନୁପମ ବାନାର୍ଜୀ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ।ସେହିପରି ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ ବହୁ ସରକାରୀ, ବେସରକାରୀ ସଂସ୍ଥା ଓ ଘରେ ଘରେ ଲୋକେ ଦେଶ ବନ୍ଦନା ଗାନ କରି କରୋନା ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସିତ କରିଥିଲେ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.