କରୋନା ମୁକାବିଲା ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ମେଡିସିନ୍ କିଟ୍ ଓ ମାକ୍ସ ।

0 13

ଭୁବନେଶ୍ୱର (ପିପିଟି ନ୍ଯୁଜ୍ ):୨୮/୦୩ ଭୁବନେଶ୍ୱରରେ ପହଞ୍ଚିଲା ମେଡିସିନ କିଟ୍‌ ଓ ମାସ୍କ ଭର୍ତ୍ତି ବିମାନ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ନୂଆଦିଲ୍ଲୀରୁ ଭାୟା ରାୟପୁର ଦେଇ ଏସବୁ ସାମଗ୍ରୀ ଧରି ଆଜି ଅପରାହ୍ନ ୫ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି। ଏହି ବିମାନରେ ୧୩୩ଟି କାର୍ଟୁନରେ ୬ ଶହ କେଜି ମାସ୍କ, କିଟ୍‌ ଓ ଔଷଧ ଆସିଛି। ଏସବୁ ଏନ୍-୯୫ ମାସ୍କ ହୋଇଥିବା ବେଳେ ଏହାକୁ ରାଜ୍ୟ ସ୍ୱାସ୍ଥ୍ୟ ନିଗମ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବ। ମାସ୍କ ଗୁଡ଼ିକ ଲୋକଙ୍କୁ ଓଏସ୍‌ଏମ୍‌ସି ଜରିଆରେ ମାଗଣାରେ ବଣ୍ଟାଯିବ।
ଲୋକମାନେ ମାସ୍କ ପାଇବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଆଜି ଓଡ଼ିଶାରେ ଏହି ମାସ୍କ ପହଞ୍ଚିବା ପରେ ବହୁ ମାତ୍ରାରେ ଅଭାବ ପୂରଣ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.