କରୋନା ଭୟ ରେ ଲୋକେ ଗାଁରେ ପ୍ରବେଶ କରାଇଦେଲେ ନାହିଁ ।

0 505

ପଦ୍ମପୁର,(ପିପିଟି)୦୮/୦୫ , ପାଇକମାଳ ବ୍ଲକ ଅଧିନସ୍ଥ ବାଦିକଟା ଗ୍ରାମପଞ୍ଚାୟତର ଘେଁସରା ଗାଁର ଗୋଟିଏ ପରିବାର କାମ କରିବାପାଇଁ ଅନେକ ଦିନରୁ ସୁଦୂର ଗଂଜାମ ଜିଲ୍ଲାକୁ ଯାଇଥିଲେ । ମହାମାରୀ କରୋନା ଦାଉରୁ  ମାନବ ଜାତିକୁ ରକ୍ଷା କରିବା ଉଦ୍ଦେଶ୍ୟରେ ସରକାର ହଠାତ ଲକଡାଉନ କରିବାଫଳରେ ଗାଡିଚଳାଚଳ ସମେତ ଦୋକାନ ବଜାର ସଂପୂର୍ଣ ଠପ ହୋଇଯାଇଥିଲା । ଫଳ ରେ ଉକ୍ତ ପରିବାର ତାଙ୍କ ନିଜ ଘରକୁ ଫେରିପାରିନଥିଲେ ହଠାତ ସରକାରଙ୍କ ଠାରୁ ଆଦେଶ ପାଇଁ ଏକ ବସ ଯୋଗେ ଆଜି ହଠାତ ଗାଁ ରେ ପହଞ୍ଚିବା କ୍ଷଣି ଏଠାକାର ମହିଳା ଗୋଷ୍ଠୀ ସମେତ ଗାଁର ସମସ୍ତ ଜନସାଧାରଣ ତାଙ୍କୁ ଗାଡିରୁ ଓହ୍ଲାଇବାକୁ  ବାରଣ କରିଥିଲେ ଏବଂ ସ୍ଥାନୀୟ ସରପଞ୍ଚ ଡମ୍ବରୁ ପ୍ରଧାନ ଙ୍କୁ ଖବର ଦେଲେ ।ସଙ୍ଗେ ସଙ୍ଗେ  କାଳବିଳମ୍ବ ନକରି ଶ୍ରୀ ପ୍ରଧାନ ଘେଁସରା ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କଲେ ମଧ୍ୟ କିଛି ସୁଫଳ ମିଳିପାରିନଥିଲା । ଠିକ ଏହି ସମୟରେ ବୁକୁରାମୁଣ୍ଡା ସି.ଏଚ.ସି ର କୋଭିଡ-୧୯ ର ଡାକ୍ତରୀଦଳ ପହଂଚିଲେ ହେବେ ବି ସମାଧାନର ସୂତ୍ର  ବାହାରିପାରିନ ଥିଲା ଶେଷରେ ବାଧ୍ୟହୋଇ ଜଗଦଲପୁର ପୋଲିସ ହସ୍ତକ୍ଷେପ ସହ ଗ୍ରାମର ଭଦ୍ରବ୍ୟକ୍ତି ଚନ୍ଦ୍ରଭାନୁ ପ୍ରଧାନ,ମୋତିଲାଲ ସାହୁ,ସୁନ୍ଦରମଣୀ ବଂଜାରା,ଚନ୍ଦ୍ରଭାନୁ ବଂଜାରା,ଟିକଲାଲ ନାଏକ,ଲକ୍ଷ୍ମଣ ବଂଜାରା ,ଘେଁସରା ଉ.ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚିତ୍ତାନନ୍ଦ ସାହୁଙ୍କ ସମେତ ଗାଁର ସମସ୍ତ ମହିଳାଗୋଷ୍ଠୀଙ୍କ ନିଷ୍ପତ୍ତି କ୍ରମେ ସେଇ ଫେରନ୍ତା ୪ଜଣ ଗୋଟିଏ ପରିବାରର ଲୋକଙ୍କୁ ଗାଁର ଅସ୍ଥାୟୀ ଶିବିର ରେ ରହିବାକୁ ସୁଯୋଗ ଦିଆଗଲା । ହେଲେ ଶୁଣିବାକୁ ମିଳେ ଯେ,ଖାଇବାପିଇବା ଜିନିଷ ଉକ୍ତ ପରିବାରକୁ ନିଜ ସଂପର୍କୀୟ ଘରବାଲା ନିଜ ଖର୍ଚ୍ଚରେ ଦେବେ ା ଏଇଠି ପ୍ରଶ୍ନ ଉଠୁଛି ଯେ କ୍ୱାରେଣ୍ଟାଇନ ହଲ କାହା ପାଇଁ ଏବଂ ଖାଇବା ଖର୍ଚ୍ଚ କାହାପାଇଁ ସରକାର ବହନ କରିବେ । ଉକ୍ତ ପରିବାର ଓଡିଶାର ରେଡ ଜୋନରୁ ଆସିମଧ୍ୟ ଏଇଥିରୁ ବଞ୍ଚିତ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.