କରୋନା କଟକଣା : ନିରାଡମ୍ବରରେ ଘରେ ଘରେ ଗଣେଶ ପୂଜା ।

0 406

କୋଦଳା,୨୩/୦୮(ପିପିଟି); ମହାମାରୀ କରୋନା ର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାଇ ଗଣେଶ ପୂଜା ସର୍ବ ସାଧାରଣ ସ୍ଥାନରେ ସମ୍ପୂର୍ଣ ବନ୍ଦ ହୋଇଯାଇଛି । ଡାକବାଜି ଯନ୍ତ୍ର ଦ୍ଵାରା କୋଦଳା ପ୍ରଶାସନ ଦୁଇଦିନ ଧରି ପୂଜା ନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଯାହା ଫଳରେ ପୂଜା ପୂରା ଫିକା ପଡିଛି । ତଥାପି ଏହି ପୂଜା ଛାତ୍ରଛାତ୍ରୀଙ୍କ ପ୍ରିୟ ହୋଇଥିବାରୁ ବାହାରକୁ ନ ବାହାରି ଘରେ ଘରେ ପୂଜା କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ କ୍ଲବ ରେ ମଧ୍ୟ ଲୁଚାଛପା ପୂଜା ପାଳନ ହେଉଥିବା ବେଳେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ବହୁ କମ ଛାତ୍ରଛାତ୍ରୀଙ୍କ ସହିତ ଅଳ୍ପ ସଂଖ୍ୟକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଗହଣରେ ନିରାଡ଼ମ୍ବର ଭାବେ ଗଜାନନଙ୍କ ପୂଜା ପାଳିତ ହୋଇଯାଇଛି ।

Leave A Reply

Your email address will not be published.