କରୋନାମୁକ୍ତ ଜିଲ୍ଲା ଘୋଷଣା ହେବାର ଦିନକ ପରେ ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଦୁଇ କରୋନା ପଜିଟିଭ ଚିହ୍ନଟ ।

0 296

ଉଲୁଣ୍ଡା,(ପିପିଟି)୧୭/୦୬ , ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବମୋଟ ୨୯ ଜଣ କରୋନା ପୋଜିଟିଭ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦେବା ସହ ଜିଲ୍ଲାକୁ କରୋନାମୁକ୍ତ ଜିଲ୍ଲା ଘୋଷଣା କରାଯାଇଛି । ଏହି ଖବର ଜାଣିବା ପରେ ଜିଲ୍ଲା ବାସି କରୋନା ରୁ ଅସ୍ବସ୍ତି ଅନୁଭଵ କରିଥିଲେ ।ହେଲେ ଗତକାଲି ଜିଲ୍ଲାର ଉଲୁଣ୍ଡା ଓ ବିରମହାରାଜପୁର ବ୍ଲକରେ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିବାପରେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ସୂଚନା ଅନୁସାରେ ଉଲୁଣ୍ଡ ବ୍ଲକର ଜଣେ ୨୩ ବର୍ଷୀୟ ଯୁବକ ଗତ ୬ ତାରିଖରେ ଦିଲ୍ଲୀରୁ ଫେରି ଉଦେପଦର କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଗତକାଲି ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ସୁବର୍ଣ୍ଣପୁର କୋଭିଡ ହସ୍ପିଟାଲକୁ ନିଆଯାଇଛି । ସେହିଭଳି ବିରମହାରାଜପୁର ବ୍ଲକର ଲୁତୁରପଙ୍କ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ୨୪ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛି । ସେ ଗତ୫ ତାରିଖରେ ତାମିଲନାଡୁରୁ ଫେରି ଲୁତୁରପଙ୍କ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଏବେ ତାଙ୍କର ରିପୋର୍ଟ ପଜିଟିଭ ଆସିବାପରେ ସୁବର୍ଣ୍ଣପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସିଡିଏମଓ ଡାକ୍ତର ଦିଲ୍ଲୀପ କୁମର ପଣ୍ଡା ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ରେ ପହଞ୍ଚିଛି । ତେବେ ପୂର୍ବରୁ ଆକ୍ରାନ୍ତ ଥିବା ୨୯ ଜଣ ସୁସ୍ଥ ହୋଇ ଘରକୁ ଫେଇ ସାରିଛନ୍ତି ।
ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.