କମେଣ୍ଟ ମରାକୁ ନେଇ ବାପପୁଅଙ୍କ ଆକ୍ରମଣରେ ଆହତ ବୃଦ୍ଧଙ୍କ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ।

0 726

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୩୦/୦୫,କମେଣ୍ଟମରାକୁ କେନ୍ଦ୍ର କରି ଜଣେ ୬୫ବର୍ଷୀୟ ବୃଦ୍ଧଙ୍କୁ ବିପକ୍ଷ ପକ୍ଷଙ୍କ ବାପପୁଅଙ୍କ ଆକ୍ରମଣରେ ବୃଦ୍ଧ ଗୁରତର ଆହତ ହୋଇଥିଲେ ।ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଭଞ୍ଜନଗର ଓ ଅବସ୍ଥା ଗୁରୁତର ହେବାରୁ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିଲା ।ସେଠାରେ ଗତ ରାତ୍ର ୧୨ଟା ସମୟରେ ମୃତ୍ୟୁ ବରଣ ଘଟିଛି ।ମିଳିଥିବା ସୁଚନା ପ୍ରକାରେ, ଗାଙ୍ଗପୁର ଥାନା ଅନ୍ତର୍ଗତ ନାଟେଙ୍ଗା ବାଲିଦଣ୍ଡା ସାହିରେ ରହୁଥିବା ନାରାୟଣ ରାଉତଙ୍କ ୧୬ ବର୍ଷର ନାବାଳିକା ଝିଅକୁ ଘର ସମ୍ମୁଖରେ ରହୁଥିବା ସୁରେନ୍ଦ୍ର ଡାକୁଆଙ୍କ ପୁଅ ଶୁଭମ(୨୬) କିଛି ଦିନ ଧରି କମେଣ୍ଟ କରି ଆସୁଥିଲା ।ଶୁକ୍ରବାର ଦିନ ୧୧.୩୦ମି ସମୟରେ ନାବାଳିକାର ଜେଜେ ବାପା ତଥା ନାରାୟଣର ବାପା ସିମାଞ୍ଚଳ ରାଉତ(୬୬) ସୁରେନ୍ଦ୍ରଙ୍କ ଦୁଆରକୁ ଯାଇ ନାତୁଣୀକୁ କମେଣ୍ଟ କରିବାକୁ ନେଇ ପ୍ରତିବାଦ କରିଥିଲେ ।ଏଥିରେ ସୁରେନ୍ଦ୍ର ଓ ପୁଅ ଶୁଭମ୍ ଉତ୍‌କ୍ଷିପ୍ତ ହୋଇ ସିମାଞ୍ଚଳଙ୍କୁ ଆକ୍ରମଣ କରିଥିଲେ ।ସିମାଞ୍ଚଳ ତଳେ ପଡିଯିବା ଫଳରେ ତାଙ୍କ ମୁଣ୍ଡ ଏକ ପଥରରେ ପିଟି ହୋଇଯାଇଥିଲା ।ତାଙ୍କ ମୁଣ୍ଡ ଓ ଥୋଡିରେ ଗଭୀର ଆଘାତ ଲାଗିଥିଲା ।ଘଟଣା ସ୍ଥଳରେ ସେ ବେହୋସ ହୋଇ ପଡିଥିଲେ ।ସିମାଞ୍ଚଳଙ୍କ ପୁଅ ନାରାୟଣ ଠାରୁ ମିଳିଥିବା ତଥ୍ୟ ଅନୁସାରେ ସଙ୍ଗେ ସଙ୍ଗେ୧୦୮ଆମ୍ବୁଲାନ୍ସ କୁ ଡକାଇ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା ।ସେ କୋମାକୁ ଚାଲିଯିବାରୁ ତାଙ୍କୁ ବିଶାଖାପାଟଣା ନେବା ପାଇଁ ନାରାୟଣ କୁ ଡାକ୍ତର କହିଥିଲେ ।କିନ୍ତୁ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଛଳ ନ ଥିବାରୁ ସେ ବିଶାଖାପାଟଣା ନ ନେଇ ନାରାୟଣ ଏକ ଗାଡି କରି ଘରକୁ ଆଣିବା ପାଇଁ ଚାହିଁ ଗାଡି ଖୋଜିବା ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା ।ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।ଆଜି ବଡମେଡିକାଲ ଫାଣ୍ଡି ପୋଲିସ ଶବ ଜବତ କରି ଶବ ବ୍ୟବଛେଦ କରିବା ପରେ ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରିଛନ୍ତି ।ସିମାଞ୍ଚଳଙ୍କ ଶବ ନିଜ ଗ୍ରାମ ନାଟେଙ୍ଗାରେ ସଂଧ୍ୟା ୬ ଘଣ୍ଟା ୩୦ ମିନିଟ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ସିମାଞ୍ଚଳଙ୍କ ମୃତ୍ୟୁ ଖବର ପାଇ ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ ଗତ ରାତ୍ର ୧୨ଘଣ୍ଟା ସମୟରେ ସିମାଞ୍ଚଳଙ୍କୁ ଆକ୍ରମଣ କରିଥିବା ନାଟେଙ୍ଗାର ବାଲିଦଣ୍ଡା ସାହିର ସୁରେନ୍ଦ୍ର ଡାକୁଆ(୫୨) ଓ ପୁଅ ଶୁଭମ ଡାକୁଆ(୨୪)କୁ ଅଟକ ରଖିଥିଲେ ।ମୃତ ସିମାଞ୍ଚଳଙ୍କ ପୁଅ ନାରାୟଣଙ୍କ ଏତାଲା କ୍ରମେ ଗାଙ୍ଗପୁର ଥାନାରେ ୧୩୫/୨୦ରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ପୋଲିସ ଦୁହିଁଙ୍କୁ ଗିରଫ କରିଥିବା ପ୍ରକାଶ କରିଛି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.