କବି ଆର୍ତତ୍ରାଣ ବାବୁଙ୍କ ଲିଖିତ “ସୁବର୍ଣ୍ଣ ଐତିହ୍ୟ” ଏବଂ “ସୁବର୍ଣ୍ଣ ସମ୍ଭାର” ପୁସ୍ତକ ଲୋକାର୍ପିତ ।

0 232

ସୁବର୍ଣ୍ଣପୁର ,୨୧/୦୪(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀ ଗୋପାଳଜୀ ଯୋଗାଶ୍ରମ ଠାରେ କବି ଆର୍ତ୍ତତ୍ରlଣ ବାବୁ ଙ୍କ ଲିଖିତ ଦୁଇଟି ପୁସ୍ତକ ‘ସୁବର୍ଣ୍ଣ ଐତିହ୍ୟ’ ଓ ‘ସୁବର୍ଣ୍ଣ ସମ୍ଭାର’ ର ସମୀକ୍ଷା ଓ ଲୋକାର୍ପଣ ଉତ୍ସବ ମହା ସମାରୋହରେ ରେ ଅନୁଷ୍ଠିତ ହୋଇଯାଇଛି । ଡଃ ଜ୍ୟୋତି ରଞ୍ଜନ ବହିଦାର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ସବର୍ଣ୍ଣ ଐତିହ୍ୟ ପୁସ୍ତକ ଲୋକାର୍ପଣ ଉତ୍ସବ ରେ ଡଃ ପ୍ରଫୁଲ୍ଲ କୁମାର ରଥ ମୁଖ୍ୟଅତିଥି ଡ଼. ସନ୍ତୋଷ କୁମାର ପାଢ଼ୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରି ଥିଲେ । ଅଧ୍ୟାପକ ଅନିରୁଦ୍ଧ କୁର କୁରିଆ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ସଭାରେ ସମୀକ୍ଷକ ଭାବେ ଐତିହାସିକ ଗବେଷକ ସୁଦାମ ନାଏକ ଯୋଗଦେଇ ପୁସ୍ତକର ସମୀକ୍ଷା କରିଥିଲେ । ଆଇନଜୀବୀ ପ୍ରଦୀପ ପୁରୋହିତ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଗବେଷକ ଗୋରେଖ୍ ନାଥ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉତ୍ସବ ର ଦ୍ୱିତୀୟ ଅଧିବେଶନ ରେ ସୁବର୍ଣ୍ଣ ସମ୍ଭାର ପୁସ୍ତକ ଉନ୍ମୋଚନ ହୋଇ ଥିବା ବେଳେ ବ୍ରଜ ମୋହନ ଦାନୀ ମୁଖ୍ୟ ଅତିଥି ଏବଂ ମହାନଦୀ ସାହିତ୍ୟ ସଂସଦର ସଭାପତି ଶ୍ୟାମା ଓମ୍ ପ୍ରାସାଦ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଉଲୁଣ୍ଡା କଲେଜର ପ୍ରାଧ୍ୟାପକ ଡଃ ଦେବାଶିଷ ପାଣ୍ଡିଆ ସମୀକ୍ଷକ ଭାବେ ଯୋଗ ଦେଇ ଏହି ପୁସ୍ତକ ର ସମୀକ୍ଷା କରିଥିଲେ । ଦ୍ବିତିକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ କବି ଶ୍ରୀଧର ବାଗ ସ୍ବାଗତ ଭାଷଣ ଦେଇଥିଲେ ।ଉଭୟ ପୁସ୍ତକ ର ରଚୟିତା କବି ଆର୍ତ୍ତତ୍ରାଣ ବାବୁ ସୁବର୍ଣ୍ଣପୁର ଇତିହାସ କୁ କବିତା ମାଧ୍ୟମ ରେ ଅତି ସରଳ ଭାଷା ରେ ପ୍ରକାଶ ପାଇଥିବା ପୁସ୍ତକ ଉପରେ ବର୍ଣ୍ଣନା କରିଥିଲେ । ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କାର୍ଯକ୍ରମ ର ଶେଷ ଭାଗ ରେ ଯୋଗ ଦେଇ ଆମ ସୁବର୍ଣ୍ଣପୁର ଇତିହାସ କୁ ପ୍ରଚାର ପ୍ରସାର କରୁଥିବା ପାଠକ, ପୁସ୍ତକ ପ୍ରେମୀ ଙ୍କୁ ଓ ଆୟୋଜକ ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଶେଷରେ ଅଧ୍ୟାପକ ଲୋକେଶ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.