କବିସୂର୍ଯ୍ଯ ନଗର ବ୍ଲକ୍ ରେ ଗାଈ ଗୁହାଳ ଦୁର୍ନୀତି,ଗୋଟିଏ ପରିବାରକୁ ୩ଟି ଗୁହାଳ ପ୍ରଦାନ ।

0 4,397

କବିସୂର୍ଯ୍ଯ ନଗର,(ପିପିଟି ନ୍ଯୁଜ୍)୨୭/୦୫,କବିସୂର୍ଯ୍ଯ ନଗର ବ୍ଲକ୍ ରେ ଦୁର୍ନୀତିର ମାୟା ଜାଲରେ ପ୍ରଶାସନ ଅନ୍ଧ ପାଲଟି ଯାଇଛି ।୨୦୧୭ ଠାରୁ ଆଜି ପର୍ଯ୍ୟନ୍ତ କବିସୂର୍ଯ୍ଯ ନଗର ଅଞ୍ଚଳରେ ସୁଚିନ୍ତିତ ଭାବରେ ଦୁର୍ନୀତିକୁ ସରଳୀକରଣ ପାଇଁ ଉଦ୍ୟମ ଜାରି ରହିଛି ।ଆବାସ ଗୃହ ଦୁର୍ନୀତି ପରେ ମନରେଗା ଯୋଜନାରେ ନିର୍ମାଣ ହେଉଥିବା ଗାଈ ଗୁହାଳ ପ୍ରଦାନ ଓ ନିର୍ମାଣର ଦୁର୍ନୀତିର ଗନ୍ଧ ଏବେ ପଦାକୁ ଆସିଛି ।୨୦୨୦ – ୨୧ ଆର୍ଥିକ ବର୍ଷ ପାଇଁ ଗାଈ ଗୁହାଳ ପ୍ରଦାନ ଓ ନିର୍ମାଣ ପାଇଁ ତାଲିକା ଆସିଯାଇଛି । ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ଚିଠି ନମ୍ବର 5766/XXXII/26/20 ,ତାରିଖ – ୧୮/୦୫/୨୦୨୦ ରୁ ଜଣାପଡିଛିଯେ ନନ୍ଦିଆଗଡା ପଞ୍ଚାୟତର ହିଣ୍ଡଳ ଗ୍ରାମରେ ଗୋଟିଏ ପରିବାରକୁ ୩ଟି ଗୁହାଳ ପ୍ରଦାନ କରାଯାଇଛି ।ହିତାଧୀକାରୀ ତିନି ଜଣ ହେଲେ ବିପ୍ର ଚରଣ ପୋଲାଇ,ପିତା- କୃଷ୍ଣ,ଗଙ୍ଗାଧର ପୋଲାଇ,ପିତା -ବିପ୍ର,ଟୁକୁନା ପୋଲାଇ,ପିତା-ବିପ୍ର ଏମାନେ ଅତି ଚତ୍ମକାର ଢଙ୍ଗରେ ଗାଈ ଗୁହାଳ ହାତେଇଛନ୍ତି ।ବର୍ତ୍ତମାନ ଗୋଟିଏ ଗୁହାଳ ନିର୍ମାଣ ପାଇଁ ୨୯୦ ବର୍ଗ ଫୁଟ ପାଇଁ ୧ ଲକ୍ଷ ୧୩ ହଜାର ଟଙ୍କା ପ୍ରଦାନ କରାଯାଉଛି କିନ୍ତୁ ଗାଈ ଗୁହାଳ ପ୍ରଦାନ ପୂର୍ବରୁ ଗୁହାଳ ନିର୍ମାଣ ପାଇଁ ଜାଗ ଅଛିକି ନାହିଁ ଏବଂ ଗାଈ ପାଳନ କରୁଛନ୍ତିକି ନାହିଁ ତାହା ଅନୁଧ୍ୟାନ କରାଯାଉ ନାହିଁ । କବିସୂର୍ଯ୍ଯ ନଗର ଅଞ୍ଚଳରେ ଗାଈ ଗୁହାଳ ହାତେଇବା ପାଇଁ ପ୍ରାୟ ୨୫ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର ହେଉଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଅନୈତିକ ଅର୍ଥ ପଞ୍ଚାୟତରୁ ଛତ୍ରପୁର ଭାୟା କବିସୂର୍ଯ୍ଯ ନଗର ବ୍ଲକ୍ ଦେଇ ଚେର ଲମ୍ବିଛି ।ମୁଖ୍ୟମନ୍ତ୍ରୀଙ୍କ ସ୍ବଛ ଶାସନ ଓ 5T ଧର୍ମକୁ ଆଖିଠାର ଭଳି ପ୍ରଚାର ସର୍ବସ୍ଵ ।ମନରେଗା ଦୁର୍ନୀତିରେ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବାର ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିନାହିଁ ।କେବଳ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନରେ ସୀମିତ ରହିଛି ।କେନ୍ଦ୍ର ସରକାରଙ୍କ ଯୋଜନା ଏଠାରେ ହରିଲୁଟ କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ ।ଆଗାମୀ ଦିନରେ କିଭଳି ଦୁର୍ନୀତି କବିସୂର୍ଯ୍ଯ ନଗର ବ୍ଲକ୍ ରେ ଚାଲିଛି ତାଉପରୁ ପର୍ଦା ଉଠିବ ।

Leave A Reply

Your email address will not be published.