କବିସୂର୍ଯ୍ଯ ନଗର ବ୍ଲକରେ ଆଦର୍ଶ ଗାଈ ଗୁହାଳ ଚୋରି !

0 7,790

କବିସୂର୍ଯ୍ଯ ନଗର,(ପିପିଟି ନ୍ଯୁଜ୍)୩୦/୦୫,କବିସୂର୍ଯ୍ଯ ନଗର ବ୍ଲକ୍ ରେ ଦୁର୍ନୀତି ଚାଲିଥିବା କଥା ଧିରେ ଧିରେ ପଦାକୁ ଆସିବାରେ ଲାଗିଛି ।ଆବସ ଗୃହ ଦୁର୍ନୀତି ପରେ ଏବେ ଆଦର୍ଶ ଗାଈ ଗୁହାଳ ଦୁର୍ନୀତି ଚର୍ଚ୍ଚାର ବିଷୟ ହୋଇଛି ।ନନ୍ଦିଆଗଡା ପଞ୍ଚାୟତରେ ଗୋଟିଏ ପରିବାରକୁ୩ଟି ଗୁହାଳ ପ୍ରଦାନ ପାଇଁ ତାଲିକା ଆସିଯାଇଛି ଏବଂ ପୂର୍ବରୁ କେତେକ ପଞ୍ଚାୟତରେ ଆଦର୍ଶ ଗାଈ ଗୁହାଳ ପାଇବା ପାଇଁ ଯୋଗ୍ୟ ନଥିବା ଲୋକ ମଧ୍ୟ ପାଇଛନ୍ତି ।ବର୍ତ୍ତମାନ ଆଠଗଡପାଟଣା ପଞ୍ଚାୟତରେ ଆଦର୍ଶ ଗାଈ ଗୁହାଳ ଚୋରି ଘଟଣାକୁ ନେଇ ଚର୍ଚ୍ଚା ପଦାକୁ ଆସିଛି ।ଘଟଣା ସମ୍ପର୍କରେ ଅଭିଯୋଗ ଆସିଛି ଯେ ୨୦୧୮ – ୧୯ ଆର୍ଥିକ ବର୍ଷରେ ହିତାଧୀକାରୀ ରିତା ଦାସ,ସ୍ବାମୀ ସରୋଜ ଦାସଙ୍କୁ ଆଦର୍ଶ ଗାଈ ଗୁହାଳ ପ୍ରଦାନ ପାଇଁ ସର୍ଭେ ବଳେ ଚୟନ କରାଯାଇ ନିର୍ମାଣ ପାଇଁ ମଧ୍ୟ ଆଦେଶ ଦିଆଯାଇଥିଲା । ଆଦର୍ଶ ଗାଈ ଗୁହାଳ ନିର୍ମାଣ ସମୟରେ ଯନ୍ତ୍ରୀ ତଦାରଖ କରି ବିଲ୍ ମଧ୍ୟ ପ୍ରଦାନ କରିଛନ୍ତି କିନ୍ତୁ ସେଠାରେ ଆଦର୍ଶ ଗାଈ ଗୁହାଳ ନାହିଁ । ଅନୁସନ୍ଧାନରୁ ଜଣାପଡିଛି ଆଠଗଡପାଟଣା ପଞ୍ଚାୟତର ଆଦର୍ଶ ଗାଈ ଗୁହାଳ ଗଙ୍ଗାପୁର ପଞ୍ଚାୟତର ପିଠାପୁରୁ ପଞ୍ଚାୟତରେ ନିର୍ମାଣ ହୋଇଛି ଏବଂ ସେଠାରେ ଗାଈ ବଦଳରେ ମଣିଷ ବିଶ୍ରାମ ନେଉଛିନ୍ତି ବୋଲି ଆଠଗଡପାଟଣାର ଜନୈକ ଯୁବକ ଅମଜାଦ ଖାଁନ ଅଭିଯୋଗ କରି ଘଟଣାର ତଦନ୍ତ ପାଇଁ ଲିଖିତ ଅଭିଯୋଗ ପ୍ରକଳ୍ପ ନିର୍ଦ୍ଦେଶକ,ଛତ୍ରପୁର,ଗଞ୍ଜାମ ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀ,ପଞ୍ଚାୟତରାଜ ମନ୍ତ୍ରୀ ,ପଞ୍ଚାୟତରାଜ ସଚିବ ଏବଂ ଭିଜିଲାନ୍ସ ନିର୍ଦ୍ଦେଶକୁ ଜଣାଇଥିବା ଜଣାପଡିଛି ।ଏହି ଘଟଣାରେ ସମ୍ପୃକ୍ତ ଯନ୍ତ୍ରୀ ଓ ଅନ୍ୟ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନହେଲେ ସେ ଉଚ୍ଚ ନ୍ୟାୟାଳୟରେ ମକଦ୍ଦମା ରୁଜୁ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ବର୍ତ୍ତମାନ ଚର୍ଚ୍ଚା ବିଷୟ ଆଦର୍ଶ ଗାଈ ଗୁହାଳ ନିର୍ମାଣ ସମୟରେ ବିଡିଓ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ କିପରି ଅନୁଧ୍ୟାନ କଲେ ନାହିଁ ଜିପିଟିଏ କିମ୍ବା କନିଷ୍ଠ ଯନ୍ତ୍ରୀଙ୍କୁ ଭରସା କରି ବିଲ୍ ପ୍ରଦାନ କରିଛନ୍ତି । ଏହି ଘଟଣାରେ ବିଡିଓ,ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ସନ୍ଦେହ ଘେରକୁ ଆସୁଛି । ଯିଏବି ହେଉ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.