କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ।

0 292

କନ୍ଧମାଳ,୧୯/୦୧(ପିପିଟି):କନ୍ଧମାଳ ଜିଲ୍ଲା ବାସୀଙ୍କ ପିଇବା ପାଣି ସମସ୍ୟା ଦୂରହେବାର ସମ୍ଭବ ହୋଇଛି। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ସଙ୍କୁଲୋଇ ପଞ୍ଚାୟତର ପାଣିଘରା ଠାରୁ ପାଇପ ଯୋଗେ ପାନୀୟ ଜଳ ଅଭିଭକ୍ତ କନ୍ଧମାଳ ଜିଲ୍ଲାର ୫ଟି ବ୍ଲକ ଯଥା ଫୁଲବାଣୀ, ଫିରିଙ୍ଗିଆ,ଖଜୁରୀପଡା, ଚକାପାଦ ଓ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ସମସ୍ତ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବାର ପ୍ରସ୍ତାବ ରହିଛି। ୭୩୦କୋଟି ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପ୍ରକଳ୍ପଟି କାର୍ଯ୍ୟକାରୀ ହେଉଛି। ଉକ୍ତ ପ୍ରକଳ୍ପ ଟି ଏଲଏଣ୍ଡଟି କମ୍ପାନୀ ପକ୍ଷରୁ ହରଭଙ୍ଗାଠାରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଠିକାସଂସ୍ଥା ପକ୍ଷରୁ ଲେବର ରୁମ, ଷ୍ଟାଫ କ୍ୱାଟର ଭଳି ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ ହୋଇଛି।ଅନ୍ୟପଟେ ପାଣିଘରା ମହାନଦୀ ଘାଟରେ ଠିକାସଂସ୍ଥା ପକ୍ଷରୁ ପ୍ରାକ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୈନିକ ଗୋଟିଏ ପରିବାରକୁ ୭୦ ଲିଟର ପିଇବା ପାଣି ମିଳିବ। ଏଥିପାଇଁ ଦୁଇରୁ ତିନୋଟି ବଡ ବଡ ଓଭରହ୍ୟାଡ ଟ୍ୟାଙ୍କ ସହିତ ଟ୍ରିଟମେଣ୍ଟ ପ୍ଲାଣ୍ଟ ମଧ୍ୟ ନିର୍ମାଣ କରାଯିବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହରଭଙ୍ଗା ବ୍ଲକର ୨୨ଟି ପଞ୍ଚାୟତର ୩୬୨ ଟି ରାଜସ୍ବ ଗ୍ରାମ ର ଜନସାଧାରଣ ଉପକୃତ ହେବା ସହ,କନ୍ଧମାଳ ଜିଲ୍ଲାର ୪ଟିବ୍ଲକର ଜନସାଧାରଣ ଉପକୃତ ହେବେ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରକଳ୍ପ ମଞ୍ଜୁର କରିଥିବାରୁ ଅଞ୍ଚଳ ବାସି ଆନନ୍ଦ ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟରେ ବହୁତ ଶ୍ରମଜୀବୀ କାର୍ଯ୍ୟରେ ନିୟୋଜିତ ହେଇପାରିବେ ବୋଲି ଜଣାପଡିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.