କନ୍ଧମାଳ ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ।

0 745

ଫୁଲବାଣୀ,୧୯/୦୭(ପିପିଟି); କନ୍ଧମାଳ ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା । ୬ କି.ମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଦେବଦୂତ  ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ । ଘଟଣା ଟି ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଗୁଣ୍ଡୁରିଖୋଲ ଗ୍ରାମରେ । ଗାଁର ବାଥିଲିମା ମାଝୀଙ୍କୁ ଗର୍ଭଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ (୧୦୮) କୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସଟି ରାୟଗଡ଼ା ଜିଲ୍ଲା ଅମ୍ବାଦଳାରୁ ଆସିଥିଲେ ମଧ୍ୟ  ଗାଁକୁ ରାସ୍ତା ନଥିବାରୁ ସିଲିକୁଡି ଗାଁରେ ଅଟକି ଯାଇଥିଲା । ସେଠାରୁ ପୀଡିତାଙ୍କ ଗାଁ ୬ କି.ମି ହୋଇଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚର ନେଇ ଗାଁ ଲୋକଙ୍କ ସହଯୋଗରେ ସିଲିକୁଡିକୁ  ଗର୍ଭାବତୀଙ୍କୁ ବୋହି ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ତୁମୁଡିବନ୍ଧ ମେଡିକାଲକୁ ନେଇ ଭର୍ତ୍ତିକରିଥିଲେ । ଗର୍ଭବତୀ ବର୍ତ୍ତମାନ ଚିକିତ୍ସାଧୀନ । ଆମ୍ବୁଲାନ୍ସ କର୍ମଚାରୀଙ୍କର ଏହିଭଳି ମହତକାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ସରକାରଙ୍କର ସ୍ୱାସ୍ଥ୍ୟସେବା ଓ ଜନନୀ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.