ଓଡିଶା ରେ କାର୍ଯ୍ୟକ୍ଷମ ହେଲା ଦୁଇଟି କୋଭିଡ୍ -୧୯ ହସ୍ପିଟାଲ୍ ।

0 73

ଭୁବନେଶ୍ବର,(ପିପିଟି ନ୍ଯୁଜ୍)୦୨/୦୪- ଆଜି ଓଡିଶା ସରକାର କୋଭିଡ୍ -୧୯ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଇଛନ୍ତି । ଦୁଇଟି ହସ୍ପିଟାଲରେ ଶଯ୍ଯା ସଂଖ୍ୟା ୬୫୦ ରହିଛି ।କିମ୍ସ ଭୁବନେଶ୍ବର ଠାରେ ୫୦୦ ଶଯ୍ଯା ସୁବିଧା ଥିବା ବେଳେ ଅଶ୍ବିନୀ ହସ୍ପିଟାଲ କଟକ ରେ ୧୫୦ ଶଯ୍ଯା ସୁବିଧା ରହିଛି ।ଦୁଇଟି ଯାକ ହସ୍ପିଟାଲ ଏକ ସପ୍ତାହ ମଧ୍ୟରେ ସମସ୍ତ ପ୍ରସ୍ତୁତି ଶେଷ କରି ରେକର୍ଡ ସୃଷ୍ଟି କରିଛନ୍ତି । ଉଭୟ ଓଡିଶା କୋଭିଡ୍ -୧୯ ର ସମସ୍ତ ଆର୍ଥିକ ସହାୟତା ଓଡିଶା ଖଣି ନିଗମ,ଓଡିଶା ସରକାର କରିଛନ୍ତି । ସମସ୍ତ ମାଗଣା ଚିକିତ୍ସା,ମାଗଣା ଖାଦ୍ୟ ଓ ରହିବା ବ୍ଯବସ୍ଥା ଏହି ହସ୍ପିଟାଲରେ ହେବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ଓ ତାଲିମ ପ୍ରାପ୍ତ  ସ୍ବାସ୍ଥ୍ୟ କର୍ମୀଙ୍କ ସହିତ ଆଲୋଚନା କରି ସେମାନଙ୍କ ସେବା ପାଇଁ  ଉତ୍ସାହିତ କରିବା ସହିତ ସହଯୋଗୀ ଅନୁଷ୍ଠାନ କିମ୍ସ ଓ ଅଶ୍ବିନୀ ହସ୍ପିଟାଲ ରେକର୍ଡ ସମୟ ଭିତରେ ପ୍ରସ୍ତୁତ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶା କୋଭିଡ୍ -୧୯ ପାଇଁ ପ୍ରସ୍ତୁତ । ସାମାଜିକ ଦୂରତ୍ବ,ହାତ ସଫା,ଲକ୍ ଡାଉନ ଏହି ସବୁ ନିୟମକୁ ଗୁରୁତ୍ୱ ସହ ପାଳନ କରିବା ଦ୍ବାରା ଆମେ କୋଭିଡ୍ -୧୯ କୁ ଜିତି ପାରିବା ।

Leave A Reply

Your email address will not be published.