ଓଡିଶା ଆଉଟସୋରସିଂ ପୌର କର୍ମଚାରୀ ସଙ୍ଘର ଗଞ୍ଜାମ ଜିଲ୍ଲା ସମ୍ମିଳନୀ,ନୂତନ କର୍ମକର୍ତ୍ତା ଚୟନ ।

0 130

ଗୋପାଳପୁର,୧୧/୦୨(ପିପିଟି):ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଏନ୍.ଏ.ସି,ପୌର ପରିଷଦ ଓ ମହାନଗର ନିଗମ ମାନଙ୍କରେ ପରିମଳ କାମରେ ସର୍ଭିସ ପ୍ରୋଭାଇଡର ଏଜେନ୍ସି ମାନଙ୍କ ଦ୍ୱାରା ନିୟୋଜିତ ଶତାଧିକ ଆଉଟସୋରସିଂ କର୍ମଚାରୀ ମାନେ ନାନାଦି ଅସୁବିଧା ଦେଇ ସ୍ୱଳ୍ପ ଦରମାରେ କାର୍ଯ୍ୟ କରି ଆସୁଥିବା ବେଳେ ମହାସଂଘ ମାଧ୍ୟମରେ ସେମାନେ ପୂର୍ବରୁ ନିଜର ସରକାରଙ୍କୁ ନିଜର ଦାବୀକୁ ନେଇ ବାରମ୍ବାର ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଟିଏ ବି ଦାବୀ ପୂରଣ ହୋଇ ପାରିନି ।ଏତଦବାଦ ସରକାରଙ୍କ ଏହି ବ୍ୟବସ୍ଥାରେ ଅନେକ ବର୍ଷରୁ କାର୍ଯ୍ୟକରି ଆସୁଥିବା ଅଧିକାଂଶ କର୍ମଚାରୀ ଛଟେଇ ମଧ୍ୟ ହୋଇ ସାରିଲେଣି । ବର୍ତ୍ତମାନ ସରକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାକୁ ନେଇ ବ୍ୟବସ୍ଥାକୁ ଆହୁରି ଜଟିଳ କରିବାକୁ ଯାଉଛନ୍ତି । ଏହି ଭିତ୍ତିରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସଙ୍ଘର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ମାଧ୍ୟମ ରେ ନୂତନ କାର୍ଯ୍ୟକାରୀ କମିଟି ଚୟନ କରାଯାଇଛି । ଆଜି ଜିଲ୍ଲାର ଶତାଧିକ ସଫେଇ କର୍ମଚାରୀ ଓ ପୌର ବିଭାଗର ବିଭିନ୍ନ ଆଉଟସୋରସିଂ କର୍ମଚାରୀମାନେ ଏକ ବିଶାଳ ରାଲିରେ ସ୍ଥାନୀୟ ହରିଜନ ସାହିରୁ ବାହାରି ମୁତଲାମ୍ମା ମନ୍ଦିର ପ୍ରାଙ୍ଗଣରେ ସଙ୍ଘର ସଭାପତି ପ୍ରଶାନ୍ତ ପରିଛାଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ କର୍ମଚାରୀ ମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ କୃଷକ ତଥା ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଓ ସର୍ବଭାରତୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଆସନ୍ତା ଫେବୃୟାରୀ ୧୬ ତାରିଖରେ ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟ ଓ ଗ୍ରାମୀଣ ଭାରତ ବନ୍ଦକୁ ଆଉଟସୋରସି୍ଂ ପୌର କର୍ମଚାରୀ ସଂଘ ସମର୍ଥନ ଜଣାଇ ସେଥିରେ ଅଂଶଗ୍ରହଣ କରିବାପାଇଁ ନିଷ୍ପତ୍ତି ନେଇଥିଲା ।

ଉକ୍ତ ବୈଠକରେ ରାଜ୍ୟ ସଙ୍ଘର ଉପଦେଷ୍ଠା ଭାଲଚନ୍ଦ୍ର ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ ସରକାର କିଭଳି କମ ପ୍ରାପ୍ୟ ରେ ଶ୍ରମକୁ ଲୁଟ କରୁଛନ୍ତି ଓ କର୍ମଚାରୀଙ୍କ ଦାବୀକୁ ଅଣଦେଖା କରୁଛନ୍ତି ଏହାକୁ ନେଇ ଆଗକୁ ଆନ୍ଦୋଳନକୁ ସୃଦୁଢ କରିବାକୁ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ମହାସଂଘର ଆବାହକ ତଥା ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ମହାସଂଘର ନେତା ପ୍ରଶାନ୍ତ ମହାରଣା, ପୌର କର୍ମଚାରୀ ନେତା ମୋହନ ନାୟକ,ଗୋପାଳପୁର ସଭାପତି ଟୁନା ରଥ, ସଞ୍ଜୟ ସ୍ୱାଇଁ, ରାହୁଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.