ଓଡିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ।

0 49

ଭୁବନେଶ୍ୱର, (ପିପିଟି ନ୍ଯୁଜ୍):୨/୦୪- ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।ବୁଧବାର ଦିନ  ସ୍ୱାସ୍ଥ୍ୟବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ପଞ୍ଚମ କରୋନା ରୋଗୀଙ୍କ ବୟସ ୬୦ ହୋଇଥିବା ଜଣାପଡ଼ିଛି । ସେ ଭୁବନେଶ୍ୱର ସୂର୍ଯ୍ୟନଗରର ନିବାସୀ ହୋଇଥିବା ଜଣାପଡିଛି । ସେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।ତେବେ କିଛି ଦିନ ଧରି ଅସୁସ୍ଥ ଥିବାରୁ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କର ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛି ।

Leave A Reply

Your email address will not be published.