ଓଡିଶାକୁ ଆସିଲା କରୋନା ମେଡିସିନ୍ ।

0 2,061

ଭୁବନେଶ୍ୱର, ୨୯/୦୬ପିପିଟି);  ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମ୍‌ଡେସିଭିର୍‌। ଏ ନେଇ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୋମବାର ସୂଚନା ଦେଇଛନ୍ତି। ଉକ୍ତ ଔଷଧ ହସ୍ପିଟାଲରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କେରାଯିବ। ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬୮୫୯ ପହଞ୍ଚିଥିବା ବେଳେ ୪୭୪୩ଜଣ ସୁସ୍ଥ ହୋଇ ଫେରିଲେଣି  ।ବର୍ତ୍ତମାନ ୨୦୮୬ଜଣ ଚିକିତ୍ସିତ ହେଉଛନ୍ତି । ମହାମାରୀ କରୋନା ଯୋଗୁ ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କ ମୃତ୍ୟୁ ଘଟିସାରିଲାଣି ଏବଂ ଅନ୍ଯ ମୃତ ସଂଖ୍ୟା ୦୭ ରହିଛି ।ମେଡିସିନ୍ ପୁରୀରେ ସେରୋଲୋଜିକାଲ ଟେଷ୍ଟ ଆରମ୍ଭ ହୋଇ ସାରିଛି । ଜୁଲାଇ ୧ ତାରିଖରୁ ଗଞ୍ଜାମ, ଗଜପତି ଓ କଟକରେ ହେବ । ବଢୁଥିବା ସଂକ୍ରାମିତ ଜିଲ୍ଲାରେ ଟେଷ୍ଟ ଆରମ୍ଭ ହେବ । ପରୀକ୍ଷାଗୁଡିକ ଆଇସିଏମଆର ଦ୍ବାରା କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.