ଏମଭି-୭୯ ଥାନାରେ ନୂତନ ଥାନ ଅଧିକାରୀଙ୍କ ଯୋଗଦାନ ।

0 315

ମାଲକାନଗିରି,୦୩/୧୨(ପିପିଟି): ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ ପୋଲିସ ଥାନାରେ ନୂତନ ଥାନା ଅଧିକାରୀ ଭାବେ ମୁକୁନ୍ଦ ମେଲେକା ଯୋଗ ଦେଇଛନ୍ତି । ପୂର୍ବରୁ ମୁକୁନ୍ଦ ମେଲେକା କୋରାପୁଟ ହେଡକ୍ୱାର୍ଟରରେ ଇନସ୍ପେକ୍ଟର ଭାବେ କାର୍ଯ୍ୟରତ ଥିଲେ । ସେଠାରୁ ବଦଳି ହୋଇ ଏମଭି-୭୯ ଥାନାରେ ଯୋଗ ଦେଇଛନ୍ତି । ଏମଭି- ୭୯ ଥାନାରେ କାର୍ଯ୍ୟରତ ଇନ୍ସପେକ୍ଟର ଜୟପ୍ରକାଶ ନାରାୟଣ ହୋତାଙ୍କୁ ମାଲକାନଗିରି ହେଡକ୍ୱାର୍ଟରକୁ ବଦଳି କରାଯାଇଛି । ଏମଭି-୭୯ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ରଖିବା, ଆଇନକୁ ସମ୍ମାନ ଦେଇ କାର୍ଯ୍ୟ କରିବା,ଥାନାକୁ ଆସୁଥିବା କିମ୍ବା ଥାନାର ସାହାଯ୍ୟ ଲୋଡୁଥିବା ଲୋକଙ୍କୁ ସୁରକ୍ଷା ସହ ନ୍ୟାୟ ଦେବା ପ୍ରଥମ କର୍ତ୍ତବ୍ୟ ବୋଲି ମୁକୁନ୍ଦ ମେଲେକା ଗଣ ମାଧ୍ଯମ ଆଗରେ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.