ଉଲୁଣ୍ଡା ବ୍ଲକରେ ବାଟବଣା ଗଭୀର ନଳକୂପ ଯୋଜନା,ଅର୍ଥ ପୈଠ ପରେ ମଧ୍ୟ ହୋଇପାରୁନାହିଁ ମଟର ସ୍ଥାପନ ଓ ବିଦ୍ୟୁତ ସଂଯୋଗ !

0 580

ଉଲୁଣ୍ଡା,(ପିପିଟି ନ୍ଯୁଜ୍)୨୪/୦୫, ଚାଷୀଙ୍କ ଚାଷଜମିକୁ ଜରୁରୀ ସମୟରେ ଆବଶ୍ୟକ ପରିମାଣରେ ଜଳ ଯୋଗାଣ ନିମନ୍ତେ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଛି ଗଭୀର ନଳକୂପ ଯୋଜନା ।କୋଟି କୋଟି ଟଙ୍କା ବ୍ୟୟରେ ଚାଲିଥିବା ଏହ ଯୋଜନା କିନ୍ତୁ ବିଭାଗ ମାନଙ୍କର ସମନ୍ମୟ ଅଭାବରୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଏହାର ସଫଳତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏପରିକି ଆବଶ୍ୟକ ଅର୍ଥ ପୈଠ କରି ସାରିଲା ପରେ ମଧ୍ୟ ବର୍ଷ ବର୍ଷ ଧରି ମଟର ସ୍ଥାପନ ଓ ବିଦ୍ୟୁତ ସଂଯୋଗ ହୋଇପାରି ନ ଥିବାର ଅଭିଯୋଗ ଆସିଛି ।ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଓ ସରସଦାଦର ଗ୍ରାମର ଆଠ ଜଣ ଚାଷୀ ସେମାନଙ୍କ ଚାଷ ଜମିରେ ଗଭୀର ନଳକୂପ ପ୍ରତିଷ୍ଠା  କରିବାକୁ ଯାଇ  ବିଭାଗୀୟ ଅବହେଳା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚାଷୀମାନେ ୨୦୧୫-୧୬ ବର୍ଷରେ ଉଠ ଜଳସେଚନ ବିଭାଗର ପରାମର୍ଶ କ୍ରମେ ଗଭୀର ନଳକୂପ ଖନନ ପାଇଁ ସୁବର୍ଣ୍ଣପୁର ୟୁନିଅନ ବ୍ୟାଙ୍କରେ ୨୦ ହଜାର ଟଙ୍କା ଲେଖାଏଁ  ଅର୍ଥ ପୈଠ କରିଥିଲେ ।ତାପରେ ସେମାନଙ୍କ ଜମିରେ ୨୦୧୭ ମସିହାରେ ଗଭୀର ନଳକୂପ ଖନନ କରାଯାଇଥିଲା । ତେବେ ଆଜି ପର୍ଯ୍ୟନ୍ତ ସେଥିରେ ମଟର ସ୍ଥାପନ ଓ ବିଦ୍ୟୁତ ସଂଯୋଗ କରାଯାଇନଥିବାରୁ ସେମାନେ ପ୍ରକଳ୍ପର ସୁଫଳ ପାଇବାରୁ ବଞ୍ଚିତ ଅଛନ୍ତି ।ସୂଚନାନୁସାରେ କୋଟସମଲାଇ ଗ୍ରାମର ତାପସ୍ୱିନୀ ବାଘ,ସୁରୁବାବୁ ବସ୍ତିଆ, ବିଶ୍ୱଜିତ ମହାପାତ୍ର, ଫଗୁଣୁ ପଧାନ ଓ ସରସଦାଦର ଗ୍ରାମର ଅନନ୍ତ ପଧାନ, ସୁନ୍ଦର ଡାଙ୍ଗ, ଲକ୍ଷମାନ ପୁଟା, ଓ ନାରାୟଣ ବିଶ୍ୱାଳ ପ୍ରମୁଖ ଜମିରେ ଗଭୀର ନଳକୂପ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ହୋଇରହିଛି ।ଏପରିକି ବାରମ୍ବାର ବିଭାଗୀୟ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବାର  ଚାଷୀମାନେ ଅଭିଯୋଗ କରୁଛନ୍ତି ।ଫଳରେ ବ୍ଲକରେ ଥିବା ଏହି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଅଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ବସା ବାନ୍ଧୁଥିବାର ଦେଖିବାକୁ ମିଳିଛି ।
ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.