ଉପଜିଲ୍ଲାପାଳଙ୍କ ପୁରୁଷୋତ୍ତମପୁର ଏନ୍.ଏ.ସି. କ୍ବାରେଣ୍ଟାଇନ୍ କେନ୍ଦ୍ର ପରିଦର୍ଶନ ।

0 151

ଛତ୍ରପୁର ତା.୨୬-୪ ପୁରୁଷୋତ୍ତମପୁର ଏନ୍.ଏ.ସି. ରେ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ୬ଗୋଟି କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମ୍ପୂର୍ଣ୍ଣ ତଦାରଖ କରିଛନ୍ତି  । ପୁରୁଷୋତ୍ତମପୁର ଏନ୍.ଏ.ସି ର ପ୍ରାୟ ୩୦୦ ବ୍ୟକ୍ତି ବାହାର ରାଜ୍ୟରୁ ଫେରିବେ । ସୁରଟ, ମୁମ୍ବାଇ ଓ କେରଳ ରୁ ଅଧିକାଂଶ ଆସିବେ  । ଏନ୍.ଏ.ସି. ର ଆସିଷ୍ଟାଣ୍ଟ ଇଞ୍ଜିନିୟର, କନିଷ୍ଠ ଯନ୍ତ୍ରୀ, ସ୍ଥାନୀୟ ସିଆରସିସି ଓ ରାଜସ୍ବ ନିରୀକ୍ଷକ କ୍ବାରେଣ୍ଚଟାଇନ୍ କେନ୍ଦ୍ର ଦାୟୀତ୍ବରେ ରହିବେ । କେନ୍ଦ୍ର ଗୁଡିକରେ ପାଚେରୀ, ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ, ପରିମଳ ଓ ସ୍ବଚ୍ଛତା ଉପଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ । କେନ୍ଦ୍ର ଗୁଡିକ ବିଦ୍ୟାଳୟରେ ହୋଇଥିବାରୁ ସେଠାକାର ପ୍ରଧାନ ଶିକ୍ଷକ ଏହାର ପରିଚାଳନା ଦାୟୀତ୍ବରେ ରହିବେ  । ସକାଳେ ଏବଂ ସଂଧ୍ୟାରେ ଅନ୍ତେବାସୀଙ୍କର ସ୍ବାସ୍ଥ୍ୟ ତଦାରଖ କରାଯିବ । ଡାକ୍ତରଙ୍କ ସହିତ ସ୍ବାସ୍ଥ୍ୟ ପରାମର୍ଶଦାତା ଓ ଯୋଗ ଶିକ୍ଷକ ମଧ୍ୟ ସାମିଲ୍ ହେବେ । ପ୍ରତ୍ୟେକ ଅନ୍ତେବାସୀଙ୍କ ପାଇଁ ମାସ୍କ ସମ୍ପୂର୍ଣ୍ଣ କଡାକଡି କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଲୋକ କିପରି କ୍ବାରେଣ୍ଟାଇନ୍ କେନ୍ଦ୍ର ପାଖକୁ ଆସିବେ ନାହିଁ ସେ ବାବଦରେ ଏବେଠାରୁ ସଚେତନ କରିବାପାଇଁ ଉପଜିଲ୍ଲାପାଳ କର୍ମଚାରୀ ମାନଙ୍କୁ କହିଛନ୍ତି  ।

Leave A Reply

Your email address will not be published.