ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଲୁଟ ଉଦ୍ୟମ ।

0 647

ଶେରଗଡ,୧୭/୦୬(ପିପିଟି);  ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ଗ୍ରାମ ପଞ୍ଚାୟତରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଗତକାଲି ବିଳମ୍ବିତ ରାତିରେ କିଛି ଅସମାଜିକ ବ୍ୟକ୍ତି ବ୍ୟାଙ୍କ ତାଲା ଭାଙ୍ଗି ବ୍ୟାଙ୍କ ଭିତରେ ପଶିଥିଲେ । ସକାଳୁ ସକାଳୁ ସେହି ଗ୍ରାମର କିଛି ବ୍ୟକ୍ତି ଦେଖିଲେ କି ବ୍ୟାଙ୍କର କବାଟ ଖୋଲା ଅଛି । ଗ୍ରାମବାସୀ ସଙ୍ଗେ ସଙ୍ଗେ ହିଞ୍ଜିଳି ଥାନା କୁ ଖବର ଦେଇଥିଲେ । ଗତ କିଛି ଦିନ ତଳେ ହିଞ୍ଜିଳି ପୋଲିସ ଏକ ଡକାୟତ ଯୋଜନା ଭଣ୍ଡୁର କରି କିଛି ଅପରାଧୀଙ୍କୁ ଗିରଫ କରିଥିଲା ଗଞ୍ଜାମ ଜିଲ୍ଲାରେ ଦିନ କୁ ଦିନ ଡକାୟତ ସଂଖ୍ୟା ବଢ଼ି ବଢ଼ି ଚାଲିଛି ଏପରି ସ୍ଥଳରେ ଠୁରୁବୁରାଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ  ତାଲା ଭଙ୍ଗା ଯାଇଛି । ଅସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ହିଞ୍ଜିଳି ଥାନା ଅଧିକାରୀ  ଅଭିମନ୍ୟୁ ଦାସ ଘଟଣା ସ୍ଥଳ ପହଞ୍ଚି  ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ  ତଦନ୍ତ କରି ସୁଚନା ଦେଇଛନ୍ତି ଯେ କିଛି ଚୋରି ହୋଇନାହିଁ, କେବଳ ବ୍ୟାଙ୍କର ଗେଟ୍ ଓ କେମେରା ଭଙ୍ଗାରୁଜା କରି ଫେରାର ହୋଇଯାଇଛନ୍ତି  । ଏସଡିପିଓ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଏହାକୁ କିପରି ରୋକାଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.