ଉଜ୍ଜଲା ଯୋଜନାରେ ବାଟମାରଣା ।

0 472

ପଦ୍ମପୁର,(ପିପିଟି),୦୮/୦୬,ଗରିବ ଲୋକ ମାନେ ସାଧାରଣତଃ କାଠକୁ ଜାଲି ନିଜର, ଖାଇବା ତିଆରି କରିଥାନ୍ତି । ଏହି ଗରିବ ମହିଳା ମାନେ କାଠ ଧୂଆଁ ଯୋଗୁଁ ବିଭିନ୍ତି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ମହିଳା ମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସୁବିଧାରେ ରନ୍ଧନ ଗ୍ୟାସ ଯୋଗାଇ ଦେବା ପାଇ ଉଜ୍ଵଲା ଯୋଜନା ଶୁଭାରମ୍ଭ ହୋଇଛି । ହେଲେ କିଛି ଅସାଧୁ ତଥା ଲୋଭି ବ୍ୟବସାୟାଙ୍କ ଯୋଗୁଁ ଉଜ୍ଵଲା  ଯୋଜନା ବାଟମାରଣା ହେଉଛି । ଏପରି ଏକ ଘଟଣା ଦେବାକୁ ମିଳିଛି  ପଦ୍ମପୁର ଉପଖଣ୍ଡ କୁମୁନିବାହାଲି ଗ୍ରାମର ଅଧିକାଂଶ ପରିବାର ଦରିଦ୍ର ସିମାରେଖା ତଲେ ବସବାସ କରନ୍ତି । ସରକାର ଗରିବ ମହିଳା ମାନଙ୍କ ପାଇଁ ଉଜ୍ଵଲା, ଯୋଜାନା ପ୍ରଣୟନ କଲା ପରେ ଏହି ଯୋଜନାର ଲାଭ ପାଇବା ପାଇଁ ଏହି ଗ୍ରାମର ମହିଳା ମାନେ ଚେଷ୍ଟା କରିଥିଲେ । ପ୍ରାୟ ଏକ ବର୍ଷ ପୂର୍ବେ କିଛି ଯୁବକ ଏହି ଗ୍ରାମକୁ ଆସି ସେମାନେ ଉଜ୍ଵଲା ଯୋଜାନରେ ରନ୍ଧନ ଗ୍ୟାସ ଯୋଗାଇ ଦେବା ପାଇଁ ଏଠାକାର ମହିଳା ମାନଙ୍କ ଠାରୁ ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ କରି ନେଇଥିଲେ । ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଆଉ ଦେଖା ମିଳିନଥିଲା । ସେହି ମହିଳା ମାନେ ଏ ବିଷୟରେ ଜାଣିବା ପାଇଁ ସ୍ଥାନୟ ଗ୍ୟାସ ଏଜେନ୍ସି ମାନଙ୍କୁ ଯୋଗାଯୋଗ କରିଥିଲେ, ହେଲେ ସେମାନେ କୌଣସି ଠିକ  ତଥ ଦେଇ ପାରିନଥିଲେ ।  ଦୀର୍ଘ ଗୋଟିଏ ବର୍ଷ ବିତିଗଲା ପରେ ପୁଣି କିଛି ଯୁବକ ଆସି ୧୭ ଜଣ ଉଜ୍ଵଲା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା  ଜଣାଇଥିଲେ । ସେଠାକୁ ଗଲାପରେ ଏହି ମହିଳା ମାନଙ୍କୁ କେବଳ ଏକ ଗ୍ୟାସ କାର୍ଡ ଦିଆଯାଇଥିଲା । ଏହି କାର୍ଡ ପାଇବାପରେ ମହିଳା ମାନେ ଜାଣିବାକୁ ପାଇଥିଲେ କି ସେମାନେ ବଲାଙ୍ଗୀର ଜିଲ୍ଲା କରୁଆଁଝାର ଠାରେ ଥିବା ତୁଳସି ଭାରତ ଗ୍ୟାସ ଗ୍ରାମୀଣ ବୀତର୍କ ଠାରେ ୨୦୧୯ ମସିହା ମାର୍ଚ୍ଚ ମାସରେ ତାଙ୍କ ନାମ ପଞ୍ଜିକୃତ  ହୋଇଛି । ଏହା ଜାଣି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ସଂପୃକ୍ତ ବକ୍ତି ଦୀର୍ଘ ଦିନରୁ ତାଙ୍କ ନାମ ପଞ୍ଜିକୃତ  ହୋଇଥିଲେ ମଧ୍ୟ ଏ ଯାଏ ତାଙ୍କୁ କାହିଁକି ଉପକରଣ ଦିଆହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ । ହେଲେ ସେହି ବ୍ୟକ୍ତି ତାଙ୍କ କଥାକୁ ଅଣଶୁଣା କରି କଥାଟିକୁ ଟାଳି ଦେଇଥିଲା ଏବଂ ପରେ ଦିଆଯିବ ବୋଲି କହି  ଭୁଆଁ ବୁଲାଇଥିଲା  । ୨୦୧୯ ମସିହାରୁ ତାଙ୍କ ନାମ ପଞ୍ଜିକରଣ ହୋଇଥିଲେ ମଧ୍ୟ ତାଙ୍କୁ ଏ ଯାଏଁ କୌଣସି ସାମଗ୍ରୀ ପ୍ରଦାନ କରାନଯିବା ଅଭିଯୋଗ କରିଛନ୍ତି ଏବଂ ଗୋଟିଏ ବର୍ଷ ପରେ ତାଙ୍କୁ ପଞ୍ଜିକରଣ  ବିଷୟରେ ଜଣାଇଥିବାରୁ କିଛି ବାଟମାରଣା ହୋଇଥିବା ଅଭିଯୋଗ କରିଛନ୍ତି । ୨୦୧୯ ମସିହାରୁ ଉଜ୍ବଲା ଯୋଜନାରେ ସେମାନଙ୍କ ନାମ ପଞ୍ଜିକୃତ ହୋଉଥିଲେ ମଧ୍ୟ ସେମାନେ ଅବଗତ ନଥିବା କାରଣରୁ ଆଜି ମଧ୍ୟ ସ୍ଥାନୀୟ ଜଙ୍ଗଲରୁ ଜାଳେଣି ସଂଗ୍ରହ କରି ଚୁଲିରେ  ଖାଇବା ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନ ଉଜ୍ଵଳା ଯୋଜନା ହିତାଧିକାରୀ ମାନଙ୍କୁ ସରକାର ତିନି ମାସର ଗ୍ୟାସ ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି । ହେଲେ ଏହି ଅସାଧୁ ବ୍ୟବସାୟୀ ଯୋଗୁଁ ଏହି ହିତାଧୀକାରୀ ମାନେ ଏହି ସୁବିଧାରୁ ମଧ୍ୟ ବଞ୍ଚିତ ଅଛନ୍ତି । ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାନ କରୁଛନ୍ତି ହେଲେ କିଛି ଅସାଧୁ ବ୍ୟବସାୟୀ ମାନଙ୍କ ପାଇଁ ଏହି ଯୋଜନା ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପ୍ରହରି ପାରୁ ନାହିଁ । ଏହାର ବାଟମାରଣା କରି ଅସାଧୁ ବାବସାୟୀ ମାନେ ଲାଭାବାନ ହେବାରେ ଲାଗିଛନ୍ତି । ଏହି ବାଟମାରଣା କେବଳ ଏହି ଗ୍ରା ମରେ ହେଉଛି ନାଁ ଏହି ଅଞ୍ଚଳର ଅନ୍ୟ ଗ୍ରାମରେ ମଧ୍ୟ ହେଉଛି ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି କାରଣ ଗ୍ୟାସ କାର୍ଡ ନଥିଲେ ମଧ୍ୟ ସିଲିଣ୍ଡର ମୂଲ୍ୟରୁ ଅଧିକ ମୂଲ୍ୟ ଦେଲେ ସହଜରେ ସିଲିଣ୍ଡର ଲୋକଙ୍କୁ ଉପଲବ୍ଧ ହେଉଥିବା ଦେଖିବାକୁ ମିଳୁଛି । ଏପରି କଳାବଜାରି ଘଟଣା ସହ ଏହି ବାଟମାରଣାର କିଛି ସମ୍ବନ୍ଧ  ରହିଛିକି ତାହା ମଧ୍ୟ ପ୍ରଶ୍ନବାଚୀ । କୁମୁନିବହଲି ଗ୍ରାରେ ହୋଇଥିବା ଅଭିଯୋଗ ବିଷୟରେ ପଦ୍ମପୁର ସହକରି ଯୋଗାଣ ଅଧିକାରୀଙ୍କୁ ପଚରାଯିବାରୁ ସେ ଏବିଷୟରେ  ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ  ବୋଲି ପ୍ରକାଶ କରିଛନ୍ତି ।ଗରିବ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ଅସାଧୁ ବ୍ୟବସାୟୀଙ୍କ ଦ୍ବାରା ବାଟମାରଣା ହେଉଛି ଏବଂ ଗରିବ ତାର ସେହି ସାଂସାରିକ ଜଞ୍ଜାଳ ମୟ ଜୀବନରେ ବୁଡି ରହୁଛି । ତେଣୁ ସରକାରୀ ବାବୁ ମାନେ ଗରିବ ମାନଙ୍କ ପାଖକୁ ପହଞ୍ଚି ତାଙ୍କୁ ଯୋଜନା ବିଷୟରେ ଅବଗତ କରାଇବା ସହିତ ଅସାଧୁ ବ୍ୟବସାୟ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଏବେ ଜରୁରି ହୋଇ ପଡିଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.