ବୋଲଗଡ଼,୧୭/୦୫(ପିପିଟି):ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ ହୋଇଛି ହୋମ ଭୋଟିଂ। ଖୋର୍ଦ୍ଧା ଜିଲ୍ଲା ରେ ଆସନ୍ତା ୨୫ତାରିଖରେ ଭୋଟ ଗ୍ରହଣ ତାରିଖ ଥିବାବେଳେ ଏହା ପୂର୍ବରୁ ୮୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ, ସଯ୍ୟାସାୟୀ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ନିମନ୍ତେ ଘରେ ରହି ଭୋଟ ଦେବା କାର୍ଯ୍ୟ କ୍ରମ ଆରମ୍ଭ ହୋଇଛି। ଏ ଅବସରରେ ପୁଲିଂଅଫିସର ମାନେ ବିଭିନ୍ନ ଗ୍ରାମର ଥିବା ବୟଷ୍କ ବୃଦ୍ଧ ଓ ବୃଦ୍ଧା ଲୋକ ମାନଙ୍କ ଘରକୁ ଯାଇ ହୋମ ଭୋଟିଂ କରାଇଥିଲେ। ବୋଲଗଡ଼ ବ୍ଲକର ପିଚୁକୁଳି ପଞ୍ଚାୟତ ର ସାନପଦରଗ୍ରାମ, ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମ ଏବଂ ମୁଗୁମଣ୍ଡା ଗ୍ରାମର ୮୫ରୁ ଅଧିକ ବର୍ଷର ବୃଦ୍ଧ ଓ ବୃଦ୍ଧା ମାନେ ଘରେ ବସି ବାଲାଟ ପେପର ଜରିଆରେ ନିଜର ମତଦାନ କରିଥିବାର ସୁଚନା ମିଳିଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)