ଆରଡିସିଙ୍କ ଗଜପତି ଜିଲ୍ଲାଗ୍ରସ୍ତ ।

0 52

ପାରଳାଖେମୁଣ୍ଡ,୧୫/୪(ପିପିଟି ନ୍ୟୁଜ୍)-ଦକ୍ଷିଣାଞ୍ଚଳ  ରାଜସ୍ବ କମିଶନର ଦିନିକିଆ ଗଜପତି ଜିଲ୍ଲାଗ୍ରସ୍ଥରେ ଆସି କରୋନା ମୁକାବିଲା ପାଇଁ ପ୍ରଶାସନ ତରଫରୁ ନିଆଯାଇଥିବା ପଦଖେପ ଗୁଡିକୁ ବୁଲି ଦେଖିଥିଲେ । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି.ଆଓ ପ୍ରଥମେ ମୋହନା ବ୍ଲକର କମଳାପୁର ଛକ ଠାରେ କରାଯାଇଥିବା କ୍ବାରନଣ୍ଟାଇନ୍ ସେଣ୍ଟର ଓ ଚାନ୍ଦିପୁଟ ଠାରେ ଖୋଲାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଆନୁସଙ୍ଗିକ ବ୍ୟବସ୍ଥା ଗୁଡିକ ବୁଲି ଦେଖିଥିଲେ । ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା , ଗୋଷ୍ଠୀ ଉନ୍ନୟନ ଅଧିକାରୀ  ବଂଶୀଧର ଖୋସଲା ଓ ଉଭୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।ଏହାପରେ ସେ ଆର.ସୀତାପୁର ଠାରେ ଖୋଲାଯାଇଥିବା କୋଭିଡ୍-୧୯ ଚିକିତ୍ସାଳୟକୁ ଯାଇ ପରିଦର୍ଶନ କରିବା ସହ କାର୍ଯ୍ୟରତ  ଥିବା ପଦାଧିକାରୀ ଓ କର୍ମଚାରୀଙ୍କ ସହ ଆନୁସଙ୍ଗିକ ବ୍ୟବସ୍ଥା ଗୁଡିକ ବିଷୟରେ ପଚାରିଥିଲେ ।ଏହି ପରିଦର୍ଶନ ବେଳେ ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଗୁନୁରାଣୀ ପଟନାୟକ ଉପସ୍ଥିତ ଉପସ୍ଥିତ ଥିଲେ ।ଶେଷରେ ପାରଳାଖମୁଣ୍ଡି ଠାରେ କରୋନା ଭାଇରସର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦଖେପ ଗୁଡିକ ବିଷୟରେ ସମୀଖ୍ୟା କରିବା ସହ ଜିଲ୍ଲାପାଳ ଅନୁପମ ସାହାଙ୍କ ଆଲୋଚନା କରିଥିଲେ । ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ରିପୋର୍ଟ- ଦିଲ୍ଲୀପ କୁମାର ଶତପଥି

Leave A Reply

Your email address will not be published.