ଆଦର୍ଶ ଗାଈ ଗୁହାଳ ପାଲଟିଛି ଧାନ ଗୋଦାମ !

0 3,343

କବିସୂର୍ଯ୍ଯ ନଗର,୦୯/୦୮(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ୍ ରେ ଆଦର୍ଶ ଗାଈ ଗୁହାଳ ଦୁର୍ନୀତି ହୋଇଥିବା କଥା ପଦାକୁ ଆସିଛି । ପୂର୍ବରୁ ନନ୍ଦିଆଗଡା ପଞ୍ଚାୟତର ଗୋଟିଏ ପରିବାରକୁ ୩ଟି ଗୁହାଳ ପ୍ରଦାନ ପାଇଁ ଚଞ୍ଚକତା ଏବଂ ଆଠଗଡପାଟଣା ପଞ୍ଚାୟତରେ ଆଦର୍ଶ ଗାଈ ଗୁହାଳ ଚୋରି ହୋଇଥିବା ନେଇ ରାସ୍ତା ଘାଟ ଚର୍ଚ୍ଚା ଯୋର ଧରିଥିବା ବେଳେ ଏବେ କବିସୂର୍ଯ୍ଯ ନଗର ବ୍ଲକ୍ ର ବୋରସିଙ୍ଗ୍ ପଞ୍ଚାୟତର ବଡଚଢିଆପଡାରେ ଆଦର୍ଶ ଗାଈ ଗୁହାଳ ଧାନ ରଖିବା ପାଇଁ ଗୋଦାମ ପାଲଟିଛି । ପ୍ରଶାସନିକ ଅଧିକାରୀ ମାନେ ସରକାରଙ୍କ ଯୋଜନାରୁ ଅଧିକ ଅନୈତିକ ଫାଇଦା ଉଠାଇବା ପାଇଁ ଉଦ୍ୟମ କରୁଥିବାରୁ ସରକାରଙ୍କ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଗାଈ ନଥାଇ ଗାଈ ଗୁହାଳ ପ୍ରଦାନ,ଜାଗା ଓ ଗାଈ ନଥାଇ ଗାଈ ଗୁହାଳ ପ୍ରଦାନ ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ଗାଈ ଗୁହାଳ ପ୍ରଦାନ ଭଳି ଘଟଣା ଦେଖିବାକୁ ମିଳୁଛି । ଏହି ଦୁର୍ନୀତି ପାଇଁ କୁଜି ନେତା ଓ ପ୍ରଶାସନିକ ଅଧିକାରୀ ଦାୟୀ । ଆଦର୍ଶ ଗାଈ ଗୁହାଳ ଦୁର୍ନୀତି ପ୍ରସଙ୍ଗ ଉଠିଥିଲେ ମଧ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଳାପାଳ ନୀରବ ଦ୍ରଷ୍ଟା ଯୋଗୁଁ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । ବଡଚଢିଆପଡା ଆଦର୍ଶ ଗାଈ ଗୁହାଳ ରେ ଗାଈ ନାହାଁନ୍ତି କିନ୍ତୁ ଧାନ ଗୋଦାମ ହୋଇଛି । ସେଠାରେ ଲୋକଙ୍କ ଗହଳି ଅଛି କିନ୍ତୁ ମାସ୍କ ବ୍ଯବହାର ନାହିଁ କି ସାମାଜିକ ଦୂରତା ନାହିଁ । ଆଦର୍ଶ ଗାଈ ଗୁହାଳ ସମ୍ମୁଖରେ ଟାୟାର ଓ ଗୋଡି ମଧ୍ୟ ଗଛିତ ଥିବା ଦେଖିବାକୁ ମିଳିଛି । ୨୦୧୭ – ୧୮ ଆର୍ଥିକ ବର୍ଷ ଠାରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ଆଦର୍ଶ ଗାଈ ଗୁହାଳ ପ୍ରଦାନ ଓ ନିର୍ମାଣ ଦୁର୍ନୀତି ହୋଇଥିବା ନେଇ ଫରୱାର୍ଡ ବ୍ଲକ୍ ଅଭିଯୋଗ ଉଠାଇଛି । ବ୍ଳକ୍ ଓ ଜିଲ୍ଲା ପ୍ରଶାସନ ଜାଣତରେ ଏହି ଦୁର୍ନୀତିକୁ ଯୋଜନା ବଦ୍ଧ ଭାବରେ ସରଳୀକରଣ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଫରୱାର୍ଡ ବ୍ଲକ୍ ଦାବି କରିଛି ।

Leave A Reply

Your email address will not be published.