ଆଣ୍ଟିଜେନ୍ ଟେଷ୍ଟରେ ଜଣେ କରୋନା ଯୋଦ୍ଧା ପଜିଟିଭ ।

0 592

ବେଲଗୁଣ୍ଠା,୧୦/୦୭(ପିପିଟି);ଗଞ୍ଜାମ ଜିଲ୍ଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଗୁରତର ରୁପ ନେଇଥିବା ବେଳେ ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ବହୁ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହ କରୋନା ଯୋଦ୍ଧା ମାନେ ଆକ୍ରାନ୍ତ ହେଉଛନ୍ତି ।କରୋନାର ଏହି ବର୍ଦ୍ଧିତ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ପ୍ରଶାସନ ବିଭିନ୍ନ ପ୍ରକାର ବ୍ୟବସ୍ଥା ଅବଲମ୍ବନ କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ଚିହ୍ନଟ ପାଇଁ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ ହୋଇଛି । ଆଜି ଆଣ୍ଟିଜେନ୍ ପରୀକ୍ଷା ରେ ବେଲଗୁଣ୍ଠା ଜଣେ ଆଗ ଧାଡିର କରୋନା ଯୋଦ୍ଧା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ପଜିଟିଭ ଚିହ୍ନଟ ହୋଇଥିବା ଖବର ମିଳିଛି ।ସେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତି ବିଶେଷ ତଥା ବହୁ ରୋଗୀ ଆସିଥିବାରୁ ସଂକ୍ରମଣ ବଢିବା ଆଶଙ୍କା ଦେଖାଦେଇଛି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.