ଆଜି ସଙ୍ଗରୋଧ ଅବଧି ଶେଷ କରି ଘରକୁ ଗଲେ ୧୬୫ ଜଣ ପ୍ରବାସୀ ।

0 118

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍) ୨୨/୦୫,କରୋନା ମହାମାରୀ ପାଇଁ ଲକ୍ ଡାଉନ୍ ଘୋଷଣା ପରେ ଓଡ଼ିଶା ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ରାଜ୍ୟ ସରକାର ଓଡିଶା ଆସିବା ପାଇଁ ଅନୁମତି ଦେବା ପରେ ବହୁ ପ୍ରବାସୀ ନିଜ ଖର୍ଚ୍ଚରେ ଓଡିଶା ଆସିଥିଲେ ।ଗତ ୨ ତାରିଖରେ ବେଲଗୁଣ୍ଠା ବ୍ଳକ ଆସିଥିବା ୩ ଟି ବସରେ ଆସିଥିବା ୧୬୫ଜଣ ପ୍ରବାସୀଙ୍କୁ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟ ବରପୁର ପଞ୍ଚାୟତର ପ୍ରତାପଲକ୍ଷ୍ମଣପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା ।୨୧ ଦିନର ଅବଧି ସରିବା ପରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରମାଣପତ୍ର ଦେଇ ଆଜି ନିଜ ଘରକୁ ଛଡାଯାଇଥିଲା ।ଘରେ ସେମାନେ ଆଉ ୭ ଦିନ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ଆଜି ଗଲାବେଳେ ପ୍ରବାସୀ ମାନେ କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡଙ୍କୁ ପ୍ରଶଂସା କରିଛନ୍ତି ।ଶ୍ରୀ ଗୌଡ ୨୧ ଦିନ ଧରି ଆମର ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ସମୟରେ ପାଖରେ ଉପସ୍ଥିତ ରହି ସହଯୋଗ କରିଆସୁଥିଲେ ।ତାଙ୍କୁ ଆମେ ସବୁଦିନ ପାଇଁ ମନେ ରଖିବୁ ବୋଲି କିଛି ପ୍ରବାସୀ ପ୍ରକାଶ କରିଥିଲେ ।ଆଜି ବେଲଗୁଣ୍ଠା ବ୍ଳକର ୫୭ଜଣଙ୍କୁ ନିଜ ସରକାରୀ ଗାଡିରେ ସେମାନଙ୍କୂ ନେଇ ଛଡାଯାଇଥିବା ବେଳେ ଆସ୍କା ବ୍ଳକର ୩ଜଣ,ବେଗୁନିଆପଡା ୮,ଭଞ୍ଜନଗର ୨୮,ଛତ୍ରପୁର ୧,ଦିଗପହଣ୍ଡି ୨,ଜଗନ୍ନାଥ ପ୍ରସାଦ ୩,କବିସୂର୍ଯ୍ୟନଗର ୩୭,ଖଲ୍ଲିକୋଟ ୨,କୁକୁଡ଼ାଖଣ୍ଡି ୧,ପୋଲସରା ୨,ପୁରୁଷୋତ୍ତମପୁର ୭,ଶେରଗଡ ୨,ସୋରଡା ୧୨ ଜଣଙ୍କୁ ପ୍ରଶାସନିକ ଅଧିକାରୀମାନେ ଗାଡିରେ ନେଇ ନିଜ ନିଜ ବ୍ଳକ ମୁଖ୍ୟାଳୟରେ ଛାଡିଥିଲେ ।ଏମାନେ ଯିବା ସମୟରେ ଆଦର୍ଶ ବିଦ୍ୟାଳୟଠାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା,ବିଡିଓ ଶଶିଭୁଷଣ ମହାପାତ୍ର,ଅତିରିକ୍ତ ତହସିଲଦାର ଧରଣୀଧର ବେହେରା, କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ,ଆଦର୍ଶ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.