ଆଜି ରଜ ସଂକ୍ରାନ୍ତି, ଖାଲି ପଡ଼ିଛି ରଜ ଦୋଳି ।

0 760

ଭୁବନେଶ୍ୱର,(ପିପିଟି)୧୫/୦୬, ଆଜି ରଜର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି। ତିନି ଦିନ ଧରି ପାଳିତ ହେଉଥିବା ଏହି ଗଣପର୍ବର ଆଜି ଦ୍ଵିତୀୟ ଦିନ। ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ଥିବାରୁ ଭଗବାନଙ୍କ ଦର୍ଶନ କରିପାରିନାହାନ୍ତି ଭକ୍ତ ।  ସେପଟେ କିନ୍ତୁ ଏ ବର୍ଷ କରୋନା ସଂକ୍ରମଣ ସ୍ଥିତି ଯୋଗୁ ଫିକାପଡିଛି ରଜ । ଅର୍ଥାତ୍‌ ଏଥର ଦେଖିବାକୁ ମିଳିବନି ଦୋଳି ଖେଳର ମଜା । ଯଦି କରୋନା ଭଳି ଏକ ବିପଦ ଆଜି ନଥାନ୍ତା ତେବେ ଗାଁରୁ ସହର ସବୁଠି ଧୁମଧାମ୍‌ରେ ପାଳନ ହେଉଥାନ୍ତା ରଜ। ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳି ଝିଅମାନେ ରଜ ପାଳୁଥାନ୍ତେ।
ରିପୋର୍ଟ – ଆକାଶ ମିଶ୍ର ।

Leave A Reply

Your email address will not be published.