ଯାଜପୁର,୨୬/୦୬(ପିପିଟି); ଆଗକୁ ବର୍ଷା ଋତୁ ହେଲା ମରାମତି ହୋଇପାରିଲାନାହିଁ ନଦୀବନ୍ଧ।ଯାହା ଦ୍ୱାରା ବର୍ତ୍ତମାନ ମରଣଜନ୍ତା ପାଲଟିଛି ନଦୀ ବନ୍ଧ। ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ବ୍ଳକ ଉପରବରୁହାଁ ପଞ୍ଚାୟତ ଅନ୍ତର୍ଗତ କଚେରୀ ଗାଁ ଠାରୁ ଛତିଶଦେବିଲର ହାସିନପୁର ଗ୍ରାମ ଦେଇ ଯାଇ ଥିବା ପୂର୍ତ୍ତ ବିଭାଗର ନଦୀ ବନ୍ଧଟି। ରାସ୍ତା ସମସ୍ୟାକୁ ନେଇ ଜୟୀପୁର, ମିରପାଟଣା,କଚେରୀ ଗାଁ,ମାଧପୁର,କଳସପୁର, ହାସିନପୁର ଓ ଭୂବନପୁର ଗ୍ରାମ ବାସୀଚିନ୍ତିତ। ବର୍ଷା ହେବାକ୍ଷଣୀ ରାସ୍ତାଅବସ୍ଥା ଶୋଚନୀୟ ହୋଇ ଯିବାରୁ ସ୍ଥାନେ ସ୍ଥାନେ ପାଣି ଜମି ରହିବା ସହ କାଦୁଅ ସବୁ ଖେଳେଇ ହୋଇ ପଡିଛି। ରାତିରେ ଏହି ରାସ୍ତାରେ ଯିବା ଅର୍ଥ ମରଣକୁ ଡ଼ାକିବା। ବିଶେଷ କରି ରାସ୍ତା କୁଖାଉଛନ୍ତି ବାଲିବୋଝେଇ ଗାଡ଼ି ।କଚେରୀ ଗାଁରୁ ବେଆଇନ୍ ବାଲିଉଠା ହେଉଥିବା ବେଳେ ରାଜସ୍ୱ ଲୋଭରେ ସରକାର କଳସପୁରବାଲି ଘଟକୁ ନିଲାମ କରିଛନ୍ତି। ପ୍ରତି ଦିନ ଶହ ଶହ ଟ୍ରାକ୍ଟର ଓ ହାଏୱଆ ଯାତାୟାତ କରି ରାସ୍ତାକୁ ନଷ୍ଟ କରୁଛନ୍ତି। ଗତବନ୍ୟାରେ ଏହି ରାସ୍ତାରେ ହୋଇ ଥିବା ତିନି ଟି ଘାଇ ମୁହଁରେ ଠିକାଦାର ବାବୁ ମୁଠାଏ ଲେଖାଏଁ ମାଟି ପକାଇ ଦେଇ ଚୁପ୍ ହୋଇ ବସିଛନ୍ତି।ଏ ଭଳି ପରିସ୍ଥିତି ରେ ଗ୍ରାମ ବାସି କାହା ମୁଣ୍ଡଧରି କାନ୍ଦିବେ ତାହା କିଛି ଜାଣିପାରୁ ନାହାଁନ୍ତି । ଏ ପିଚୁ ରାସ୍ତାର ପିଚୁ ଉଠି ଯାଇ ଥିବା ବେଳେ ରାସ୍ତା କଡ଼ରେ ଗଦା ହୋଇ ଥିବା ବାଲି ଲୋକଙ୍କ ଯାତାୟତକୁ ମରଣମୁହଁକୁ ଠେଲି ଦେଉଛି।ରାସ୍ତାର ଉଭୟ ପାଶ୍ୱରେ ବଢ଼ି ଯାଇ ଥିବା ଅନାବନା ଗଛ ଓ ଘାସପ୍ରତି ବର୍ଷ ସଫା ହେଉ ନ ଥିବାରୁ ଦିନ କୁ ଦିନ ରାସ୍ତାଟି ସଙ୍କୁଚିତ ହୋଇଯାଉଛି। ରାସ୍ତାର ରକ୍ଷଣାବେ କ୍ଷଣ ଦାୟିତ୍ୱ ପ୍ରତି କାହାର ନଜର ନାହିଁ । ପୂର୍ତ୍ତ ବିଭାଗ ପକ୍ଷରୁ କୋୖଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏହି ରାସ୍ତାଟି ଲୋକଙ୍କ ମରଣଜନ୍ତା ପଲଟିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମ ବାସୀ ଦାବି କରିଛନ୍ତି।