ଆଉ ନାହାନ୍ତି ପଶ୍ଚିମ ଓଡିଶାର ବର୍ଷିୟାନ କଳାକାର ସଲାବୁଢ଼ା ଓରଫ ଅଟଳ ବିହାରୀ ପଣ୍ଡା ।

0 762

ଉଲୁଣ୍ଡା,୦୫/୦୬(ପିପିଟି) – ଆରପାରିରେ ପଶ୍ଚିମ ଓଡିଶାର ବର୍ଷିୟାନ କଳାକାର ଅଟଳ ବିହାରୀ ପଣ୍ଡା । ସଲାବୁଢ଼ା ଭଳି ଚଳଚିତ୍ରରେ ନିଜ ଅଭିନୟ ଦକ୍ଷତା ପ୍ରଦର୍ଶନ କରି ସାରା ରାଜ୍ୟରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ଅଟଳ ବିହାରି ପଣ୍ଡା ଓରଫ ସଲାବୁଢ଼ା ଙ୍କ ଦେହାନ୍ତ ହୋଇଛି । ବୁର୍ଲା ଭୀମସାର ଡାକ୍ତରଖାନାରେ ଆଜି ସକାଳ ୩ ଟା ୪୫ ମିନିଟ ସମୟରେ ବାର୍ଧକ୍ୟ ଜନିତ ରୋଗରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୦୧ ଡିସେମ୍ବର ୧୯୩୧ ମସିହାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଗଢଭିତର ରେ ଜନ୍ମ ଗ୍ରହଣ କରିଥିଲେ ଅଟଳ । ବିନିକା ସହରରେ ବସବାସ କରୁଥିବା ବେଳେ ସେ ପିଲାଟି ଦିନରୁ ନାଟ୍ୟ ଜଗତରେ ଜଡିତ ଥିଲେ । ୧୯୬୬ ମସିହାରେ ଫଟାକପାଳ ନାଟକରୁ ଲୋକ ଲୋଚନକୁ ଆସିଥିଲେ । ନିଜ ଜୀବନ କାଳରେ ୧୦୦ରୁ ଉର୍ଦ୍ଧ୍ବ ନାଟକରେ ଅଭିନୟ କରିଥିବାବେଳେ ୨୦୧୩ ମସିହାରେ ବୟସର ଅପରାହ୍ନରେ ସଲବୁଢ଼ା ଚଳଚିତ୍ରର ମୁଖ୍ୟ ଭୂମୀକାରେ ଅଭିନୟ କରି ଜାତୀୟ ଓ ଆନ୍ତର୍ଯ୍ୟାତିୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ । ପରେ ସଲାବୁଢ଼ା ବଦଲା ଓ ଆଦିମ ବିଚାର ଚଳଚିତ୍ରରେ ମଧ୍ୟ ଦର୍ଶକ ଅଟଲଙ୍କ ଅଭିନୟରେ ମନ୍ତ୍ରମୁଗ୍ଧ ହୋଇଥିଲେ ।ଏପରିକି ସାରା ଓଡିଶାରେ ଶଳାବୁଢା ନାମରେ ପରିଚିତ ଥିଲେ ଅଟଳ ବିହାରୀ ପଣ୍ଡା । ଆଜି ତାଙ୍କ ନିଧନ ଖବର ଜଣାପଡିବା ପରେ ସାରା ସୁବର୍ଣ୍ଣପୁର ଜିଲ୍ଲା ସହିତ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି ଓ ତାଙ୍କ ସହିତ ଅଭିନୟ ତଥା ଜଡିତ ଥିବା କଳାକାର ତଥା କଳାପ୍ରମୀ ଶୋକବ୍ୟକ୍ତ କରିଛନ୍ତି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.