ଆଇଏଫଟିୟୁ ଓ ଓଡିଶା ଆଉଟସୋରସିଂ କର୍ମଚାରୀ ମହାସଂଘ ପକ୍ଷରୁ ବିକ୍ଷୋଭ ।

0 303

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୨୭/୦୫,ଲକ୍ ଡାଉନ୍ ଯୋଗୁଁ କ୍ଷତିଗ୍ରସ୍ତ ଶ୍ରମିକ  ଓ କର୍ମଚାରୀମାନଙ୍କ ବିଭିନ୍ନ ଦାବି ନେଇ ଆଜି ସର୍ବ ଭାରତୀୟ ପ୍ରତିବାଦ ଦିବସ ଅବସରରେ ଏକ ବିକ୍ଷୋଭ ସ୍ଥାନୀୟ ଶ୍ରମ ଅଧିକାରୀଙ୍କ ଅଫିସ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଶାରୀରିକ ଦୁରତା ରକ୍ଷା ପୁର୍ବକ ମାସ୍କ ପିନ୍ଧି ଶତାଧିକ ଶ୍ରମିକ ଓ କର୍ମଚାରୀ ଯୋଗ ଦେଇଥିଲେ । ଫେଡେରେସନର ରାଜ୍ୟ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୄତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ ସଙ୍ଘ ନେତା ଗୋବିନ୍ଦ ବେହେରା, ନାରାୟଣ ବିଷୋୟୀ, ମାନ୍ନା ଟ୍ରଷ୍ଟର କର୍ମଚାରୀ ସଂଘ ପକ୍ଷରୁ ବୈଜୟନ୍ତୀ ସାହୁ, ପି. ରତ୍ନାଲୁ , ଜଲି ପରିଡା , ସଂଯୁକ୍ତା ମହାରଣା , ଓଡିଶା ଆଉଟସୋରସିଂ ମେଡିକାଲ କର୍ମଚାରୀ ୟୁନିଅନ ପକ୍ଷରୁ ସି. ଏଚ. ସୁନୀଲ ପାତ୍ର, ନିରଞ୍ଜନ, ପି. ରମେଶ ରାଓ, ଆଉଟସୋରସିଂ ପୌର କର୍ମଚାରୀ ସଂଘପକ୍ଷରୁ ସୁଶାନ୍ତ ସ୍ଵାଇଁ, ମଧୁ ନାୟକ, ତୋଫାନ ସ୍ଵାଇଁ, ବିଜୟ ସ୍ଵାଇଁ, ମଧୁସୂଦନ ସେଠୀ, ଲକ୍ଷ୍ମୀ ନୄସିଂହ ରଥ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.